ଝିଅ ପାଇଁ ବାପା କରିଥିଲେ କ୍ରିକେଟ୍‌ ପଡ଼ିଆ, ଏମିତି ଋଣ ଶୁଝିଲା ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ଝିଅ ପାଇଁ ବାପା କରିଥିଲେ କ୍ରିକେଟ୍‌ ପଡ଼ିଆ, ଏମିତି ଋଣ ଶୁଝିଲା ଝିଅ

ଜୟପୁର: ରାଜସ୍ଥାନର ଜୟପୁରରେ ରହୁଥିବା ୨୨ ବର୍ଷୀୟ ପ୍ରିୟା ପୁନିଆ ତାଙ୍କ ବାପାଙ୍କ ଋଣ ଦମଦାର ଢଙ୍ଗରେ ପରିଶୋଧ କରିଛନ୍ତି। ପ୍ରିୟାଙ୍କ ପାଇଁ ତାଙ୍କ ବାପା ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ କ୍ରିକେଟ୍‌ ପଡ଼ିଆ ତିଆରି କରିଥିଲେ। ଏଠାରେ ଦୀର୍ଘବର୍ଷ କାଳ ଅଭ୍ୟାସ କରିବା ପରେ ପ୍ରିୟାଙ୍କୁ ଅବଶେଷରେ ଭାରତୀୟ ମହିଳା ଦଳରେ ସ୍ଥାନ ମିଳିଛି। ପ୍ରିୟାଙ୍କୁ ଟିମ୍‌ ଇଣ୍ଡିଆର ଟି-୨୦ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି। ସେ ଫେବୃଆରୀ ମାସରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ।

ପ୍ରିୟାଙ୍କ ବାପା ସୁରେନ୍ଦର ପୁନିଆ ଭାରତ ପାଇଁ କ୍ରିକେଟ୍‌ ଖେଳିବାର ସ୍ୱପ୍ନ ଦେଖିଥିଲେ। ହେଲେ ଏହି ସ୍ୱପ୍ନ ତାଙ୍କର ପୂରଣ ହୋଇପାରି ନଥିଲା। ଶେଷରେ ଝିଅ ପ୍ରିୟାଙ୍କୁ ସୁରେନ୍ଦର କ୍ରିକେଟର କରିବାକୁ ଲକ୍ଷ୍ୟ ରଖିଥିଲେ। ସେ ନିଜର ସବୁ ସମ୍ପତ୍ତି ବିକ୍ରି କରିବା ସହ ବ୍ୟାଙ୍କରୁ ଋଣ ଆଣି ଜୟପୁର ଉପକଣ୍ଠରେ ୧.୫ ବିଘା ପ୍ଲଟ କିଣିଥିଲେ। ୨୦୧୦ରେ ୨୨ ଲକ୍ଷ ଟଙ୍କାରେ କିଣିଥିବା ଏହି ସ୍ଥାନରେ ସୁରେନ୍ଦର ଏଠାରେ ସ୍ପୋର୍ଟସ କମ୍ପ୍ଲେକ୍ସ କରିବାକୁ ଚାହିଁଥିଲେ।

କିନ୍ତୁ ତାଙ୍କ ଝିଅ ପ୍ରିୟା ବ୍ୟାଡମିଣ୍ଟନ ଅପେକ୍ଷା କ୍ରିକେଟକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ସେ ଏଠାରେ ଏକ ପେସାଦାର ପିଚ ସହ କ୍ରିକେଟ୍‌ ଗ୍ରାଉଣ୍ଡ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୫ରେ ପ୍ରିୟା ଭଲ ପ୍ରଦର୍ଶନ କରିଥିଲେ ହେଁ ତାଙ୍କୁ ଜାତୀୟ ମହିଳା ଦଳରେ ସୁଯୋଗ ମିଳି ନଥିଲା। ଏଥିରେ ସେ ଭାଙ୍ଗି ନ ଯାଇ ଅଭ୍ୟାସ ଜାରି ରଖିଥିଲେ। ଶେଷରେ ତାଙ୍କୁ ଗତ ଡିସେମ୍ବର ୨୧ରେ ଭାରତୀୟ ଟିମ୍‌ ପାଇଁ ଡାକରା ମିଳିଛି।



from Odisha Reporter http://bit.ly/2Vogd4b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages