
ନୂଆଦିଲ୍ଲୀ: ଭିଭିଆଇପି ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟ କିଣାରେ ହୋଇଥିବା ୩୭ ହଜାର କୋଟି ଦୁର୍ନୀତିର ଚେର ଖୋଜିବାରେ ସିବିଆଇ ଆଉ ପାଦେ ଆଗେଇଛି। ଏହି ଡିଲ୍ ପାଇଁ କେଉଁ ଭାରତୀୟ ଅଧିକାରୀ ଓ ରାଜନେତା ଟଙ୍କା ନେଇଥିଲେ, ସେ ଦିଗରେ ସିବିଆଇ ଦ୍ରୁତଗତିରେ ଆଗେଇଛି।
ଏହି ଲାଞ୍ଚ କାରବାରର ମଧ୍ୟସ୍ଥି ସାଜିଥିବା ଖ୍ରୀଷ୍ଟିୟାନ୍ ମିଶେଲକୁ ଜେରା କରିବା ବେଳେ ସିବିଆଇ ବହୁ ତଥ୍ୟ ହାସଲ କରିଛି। ତଥ୍ୟ ଅନୁସାରେ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଏହି ୩୭ ହଜାର କୋଟିର ଡିଲ୍ ପାଇଁ ମିଶେଲ ଏବଂ ଅନ୍ୟତମ ମଧ୍ୟସ୍ଥି ଗୁଇଡୋ ହାସଚେକ୍ଙ୍କୁ ୫୮ ମିଲିୟନ୍ ୟୁରୋ ଅର୍ଥାତ ଭାରତୀୟ ମୁଦ୍ରାରେ ୪୬୩ କୋଟି ଟଙ୍କା ଦେବ ବୋଲି କହିଥିଲା। ଏହି ୫୮ ମିଲିୟନ୍ ୟୁରୋ ମଧ୍ୟରୁ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଉଭୟଙ୍କୁ ୫୪ ମିଲିୟନ୍ ୟୁରୋ (୪୩୧ କୋଟି ଟଙ୍କା) ଦେଇଥିଲା। ଏହି ନେଣଦେଣର ଦସ୍ତାବିଜ୍ ସିବିଆଇ ହାତରେ ଲାଗିଛି।
୨୦୧୧ ମସିହା ମେ’ ୮ରେ ମିଶେଲ ଓ ଗୁଇଡୋଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ବୁଝାମଣା ପତ୍ରରେ ଏହି ୫୮ ମିଲିୟନ୍ ୟୁରୋ ଦେବା କଥାର ଉଲ୍ଲେଖ ରହିଛି। ଏହି ବୁଝାମଣାପତ୍ର ଦୁବାଇରେ ହିଁ ହୋଇଥିଲା। ଟଙ୍କା କାରବାରକୁ ନେଇ ମିଶେଲ ଓ ତାଙ୍କ ଟିମ୍ ଏବଂ ଗୁଇଡୋ, କାର୍ଲୋ ଗେରୋସା ଓ ତ୍ୟାଗୀ ବ୍ରଦର୍ସଙ୍କ ମଧ୍ୟରେ ବିବାଦ ଉପୁଜିବାରୁ ଦୁବାଇରେ ଏକ ବୈଠକ ଡକା ଯାଇଥିଲା। ଏହି ବୈଠକ ପୂର୍ବରୁ ମିଶେଲ ୩୨ ମିଲିୟନ୍ ପାଇଥିବାରୁ ଏହାକୁ ନେଇ ଗୁଇଡୋ ତାଙ୍କ ଉପରେ ଖପ୍ପା ହୋଇଥିଲା। ଗୁଇଡୋ ମାତ୍ର ୨୨ ମିଲିୟନ୍ ପାଇଥିବାରୁ ସେ ମିଶେଲଙ୍କ ସହ ବିବାଦ ସୃଷ୍ଟି କରିଥିବା ତଥ୍ୟ ସିବିଆଇ ହାତରେ ଲାଗିଛି।
ଏଥିରେ ଭାରତର କେଉଁମାନଙ୍କୁ କେତେ ଟଙ୍କା ଦିଆଯାଇଥିଲା, ତା’ର ତଥ୍ୟ ମଧ୍ୟ ସିବିଆଇ ପାଇଛି। ସିବିଆଇ କେବଳ ଦିଲ୍ଲୀରେ ଅବସ୍ଥାପିତ ଓକିଲ ଗୌତମ ଖୈତାନଙ୍କୁ ୨୪ ମିଲିୟନ୍ ୟୁରୋ ଦିଆଯାଇଥିବା କଥା କହିଛି।
from Odisha Reporter http://bit.ly/2QdhbMK
No comments:
Post a Comment