ଚାଷୀଙ୍କ କ୍ରୋଧ ନବୀନ ସରକାରକୁ ବିତାଡ଼ିତ କରିବ : କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ଚାଷୀଙ୍କ କ୍ରୋଧ ନବୀନ ସରକାରକୁ ବିତାଡ଼ିତ କରିବ : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶାରେ ଚାଷୀଙ୍କ ସମସ୍ୟାର ସମାଧାନ ପରିବର୍ତ୍ତେ ସେମାନଙ୍କ ଉପରେ ପୁଲିସ ଜୁଲମ କରାଯାଉଛି। ସେହି ଚାଷୀଙ୍କ କ୍ରୋଧରେ ଓଡ଼ିଶାରୁ ନବୀନ ସରକାର ବିତାଡ଼ିତ ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଏହାସହିତ ଆଗାମୀ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ହିଁ ସରକାର ଗଢ଼ିବ ତଥା ଚାଷୀଙ୍କୁ କ୍ରମାଗତ ୫ବର୍ଷ ପାଇଁ ଆଥିର୍କ ସହାୟତା ଯୋଗାଇ ଦେବ ବୋଲି ଘୋଷଣା କରିଛି।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଚାଷୀ ଏବଂ ଚାଷର ସମସ୍ୟାକୁ ନେଇ ସମ୍ୱେଦନହୀନ ରାଜନୀତିକ ଦଳ ଏବଂ ତାଙ୍କର ସରକାର ଆଗାମୀ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିବା ସୁନିଶ୍ଚିତ। ଗତକାଲିର ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ହୋଇଯାଇଛି। ଓଡିଶାରେ ଚାଷୀମାନେ ଗୁରୁତର ଆଥିର୍କ ସମସ୍ୟା ଦେଇ ଗତି କରୁଛନ୍ତି। ବାରମ୍ୱାର ଚାଷୀ ଆମିହତ୍ୟା ଭଳି ଘଟଣା ଘଟୁଛି। ଅବସ୍ଥା ଏଭଳି ହୋଇଛି ଯେ ନିଜ ଦୁଃଖ ଜଣାଇବା ପାଇଁ ରାଜଧାନୀକୁ ଆସୁଥିବା ଚାଷୀମାନଙ୍କୁ ବାଟରେ ପୋଲସି ଲଗାଇ ଜୁଲମ କରାଯାଉଛି” ବୋଲି ସେ କହିଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି,”ରାଜ୍ୟରେ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ଏବଂ ଭାଗୁଆଳି ସରକାରରେ ଥିବା ଏହି ଦୁଇଟିଯାକ ଦଳ ଓଡିଶାର ଚାଷୀଭାଇମାନଙ୍କ ସ୍ୱାର୍ଥ ରକ୍ଷା କରିବାରେ ସଂପୂର୍ଣ୍ଣ ଅସମର୍ଥ। ସ୍ୱାମୀନାଥନ‌ କମିଟିର ସୁପାରିସ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ବିଜେଡି ଓ ବିଜେପିର ରହସ୍ୟମୟ ନିରବତା ହିଁ ଏ ଦୁଇଟିଯାକ ଦଳ ଚାଷୀବିରୋଧୀ ବୋଲି ପ୍ରମାଣିତ କରାଇଛି। ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ ଚାଷୀଙ୍କୁ ସୌରଚାଳିତ ପମ୍ପସେଟ‌ ପ୍ରଦାନ କରିବା ସହିତ ସେମାନଙ୍କୁ ୫ ବର୍ଷ ପାଇଁ ଲଗାତର ଭାବେ ଆଥିର୍କ ସହାୟତା ପ୍ରଦାନ କରିବ।” ଓଡ଼ିଶାରେ କଂଗ୍ରେସ ସିଧାସଳଖ ବିଜେଡି ସହିତ ଲଢେଇ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏହି ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ସ୍ପଷ୍ଟ ହୋଇଛି ଯେ ଏବେବି ଭାରତରେ ଗଣତନ୍ତ୍ର ବଞ୍ଚିଛି ଓ ଫାସିବାଦର ଏଠାରେ ସ୍ଥାନ ନାହିଁ। କଂଗ୍ରେସମୁକ୍ତ ଭାରତର ସ୍ୱପ୍ନ ଦେଖୁଥିବା ବିଜେପି ଆଜି ବିଜେପିମୁକ୍ତ ଭାରତ ଆଡକୁ ଅଗ୍ରସର ହେଉଛି। ଏହି ନିର୍ବାଚନ ଫଳାଫଳ ଆଗାମୀ ଦିନରେ ଓଡିଶା ରାଜନୀତିକୁ ଗଭୀର ଭାବେ ପ୍ରଭାବିତ କରିବ। ଓଡିଶାର ମୁଖ୍ୟମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି ଯେ ଏହି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଚାଷୀ ଏବଂ ଚାଷର ସମସ୍ୟା ନେଇ ଗଭୀର ଭାବେ ପ୍ରଭାବିତ ହୋଇଛି । ଯଦି ଏକଥା ସତ୍ୟ, ତାହେଲେ ରାଜ୍ୟ ସରକାରଙ୍କର ଚାଷୀମାରଣ ନୀତି ଆଗାମୀ ଦିନରେ ଓଡିଶାରେ ସରକାର ପରିବର୍ତ୍ତନରେ ବାର୍ତ୍ତାବହ ହେବ।

ସେହିପରି ପିସିସି ମିଡିଆ ସେଲ‌ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ ହିନ୍ଦୀ, ହିନ୍ଦୁ ଏବଂ ହିନ୍ଦୁସ୍ଥାନ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ହିନ୍ଦୁ ଭୋଟକୁ ପୁଞ୍ଜି କରି ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବିଜେପି ଯେଉଁ ଯୋଜନା କରିଥିଲା, ତାକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଏଥିରୁ ବିଜେପି ଶିକ୍ଷାଲାଭ କରିବା ଉଚିତ‌। ଯୁବଶକ୍ତିକୁ ରୋଜଗାର, ମହିଳାଙ୍କ ସୁରକ୍ଷା ଏବଂ ସାମଗ୍ରିକ ବିକାଶ ଆଗାମୀ ନିର୍ବାଚନରେ କଂଗ୍ରେସର ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଶ୍ରୀ ନାୟକ କହିଛନ୍ତି।



from Odisha Reporter https://ift.tt/2zOBavR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages