ସେମିଫାଇନାଲ୍ ଫଳାଫଳ ପରେ ବିଜେଡି ସରକରାକୁ ଏମିତି ଚେତାବନୀ ଦେଲେ ଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ସେମିଫାଇନାଲ୍ ଫଳାଫଳ ପରେ ବିଜେଡି ସରକରାକୁ ଏମିତି ଚେତାବନୀ ଦେଲେ ଦାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିକୁ ଜବରଦସ୍ତ ଝଟ୍‌କା ଲାଗିଛି। ମୁଖ୍ୟତଃ ବିଜେପିର ଗଡ଼ କୁହାଯାଉଥିବା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ଜବରଦସ୍ତ ସଫଳତା ଲାଭ କରିଛି, ଆଉ ବିଜେପି ମାତ୍ ଖାଇଛି। କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିଛନ୍ତି ସେ ସବୁ ରାଜ୍ୟର ଜନସାଧାରଣ।

ଏହି ନିର୍ବାଚନୀ ଫଳାଫଳର ପ୍ରଭାବ ଓଡ଼ିଶା ରାଜନୀତିରେ ମଧ୍ୟ ପଡ଼ିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କାରଣ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଶାସନ ମଧ୍ୟ ଦୀର୍ଘ ୧୮ ବର୍ଷ ଧରି ଚାଲିଛି। ତେଣୁ ଏଠି ମଧ୍ୟ ସରକାର-ବିରୋଧୀ ହାୱା ବହିବ ବୋଲି ସମୀକ୍ଷକ ଆକଳନ କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ବିଜେଡିରୁ ତଡ଼ା ଖାଇ ନୂଆ ଦଳ ଗଢ଼ିଥିବା ଡାକ୍ତର ଦାମୋଦର ରାଉତଙ୍କର କିଛି ସୋସିଆଲ୍ ମିଡିଆ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। କ୍ଷମତାସୀନ ବିଜେଡି ସରକାରର ଭ୍ରଷ୍ଟାଚାର, କୁଶାସନ ଓ ଅରାଜକତା ବିରୋଧରେ ଏକ ପରିବର୍ତ୍ତନର ଗନ୍ଧ ବାରିଛନ୍ତି ଡାକ୍ତର ରାଉତ୍‌। ନୂଆ ଦଳ ‘ବିଜୁ ସମତା କ୍ରାନ୍ତି’ର ପ୍ରଚାର କମିଟି ମୁଖ୍ୟ ଥିବା ଦାମ, ଏନେଇ ବିଜେଡି ସରକାରଙ୍କୁ ଏକ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସେ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଏକ ପୋଷ୍ଟ କରିଛନ୍ତି।

ସେଥିରେ ସେ ଲେଖିଛନ୍ତି ଯେ- “ସଦ୍ୟ ସମାପ୍ତ ହୋଇଥିବା ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ସୂଚାଇ ଦେଉଛି ଯେ, ଭାରତର ଜନସାଧାରଣ ପ୍ରଚାର ସର୍ବସ୍ୱ ରାଜନୀତି ଓ ଶାସନକୁ ପସନ୍ଦ କରୁ ନାହାନ୍ତି। ଓଡ଼ିଶାରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ସର୍ବସ୍ୱ ରାଜନୀତି ଓ ଶାସନ ରାଜ୍ୟବାସୀଙ୍କୁ  କୁଶାସନ, ଦୁର୍ନୀତି ଓ ଭ୍ରଷ୍ଟାଚାରର ବିଷୟ ବିଳୟ ଭିତରେ ଆତଙ୍କିତ କରୁଛି। ଏବେ ଜନସାଧାରଣ ପରିବର୍ତ୍ତନ ଚାହୁଁଛନ୍ତି। ଏହା ଜଳଜଳ କରି ଦେଖାଯାଉଛି ଯେ, ଆସନ୍ତା ୨୦୧୯ ନିର୍ବାଚନରେ ଓଡ଼ିଶାବାସୀ ଏକ ପରିବର୍ତ୍ତନ ଆଣିବେ ଏବଂ ଦୁର୍ନୀତି ଭ୍ରଷ୍ଟାଚାର କବଳରୁ ରାଜ୍ୟକୁ ରକ୍ଷା କରିବେ। ଆଉ ନିଜେ ସୁରକ୍ଷିତ ରହିବେ। ତେଣୁ ଓଡ଼ିଶାବାସୀ ଏବେଠାରୁ ସ୍ୱର ଉଠେଇବା ଜରୁରୀ।”

ତେବେ ଦାମଙ୍କର ଏହି ଆକଳନ ଓ ଆହ୍ୱାନକୁ କିଏ କେତେ ଗ୍ରହଣ କରୁଛି ତାହା ଆଗାମୀ ଦିନରେ ଜଣାପଡ଼ିବ।



from Odisha Reporter https://ift.tt/2UEKnPW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages