ଓଡ଼ିଆ କାହାଣୀକୁ ନେଇ ତିଆରି ହୋଇଥିଲା ମୃଣାଳଙ୍କ ବିଖ୍ୟାତ ଫିଲ୍ମ ‘ମୃଗୟା’, ମିଠୁନ୍‌ ଚକ୍ରବର୍ତ୍ତୀ କରିଥିଲେ ଡେବ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ଓଡ଼ିଆ କାହାଣୀକୁ ନେଇ ତିଆରି ହୋଇଥିଲା ମୃଣାଳଙ୍କ ବିଖ୍ୟାତ ଫିଲ୍ମ ‘ମୃଗୟା’, ମିଠୁନ୍‌ ଚକ୍ରବର୍ତ୍ତୀ କରିଥିଲେ ଡେବ୍ୟୁ

କୋଲକତା: ଆଜି ପ୍ରଖ୍ୟାତ ଫିଲ୍ମ ନିର୍ମାତା ପଦ୍ମଭୂଷଣ ମୃଣାଳ ସେନ୍‌ଙ୍କ ଦେହାନ୍ତ ହୋଇଯାଇଛି। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ୧୯୭୬ ମସିହାରେ ତାଙ୍କ ନିର୍ଦ୍ଦେଶିତ ପ୍ରସିଦ୍ଧ ହିନ୍ଦୀ ଫିଲ୍ମ ‘ମୃଗୟା’ର କାହାଣୀ ପ୍ରଖ୍ୟାତ ଓଡ଼ିଆ କଥାକାର ତଥା ଓଡ଼ିଶାରେ କମ୍ୟୁନିଷ୍ଟ ଆନ୍ଦୋଳନର ଆଦ୍ୟ ପ୍ରବର୍ତ୍ତକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ବହୁଚର୍ଚ୍ଚିତ ଗଳ୍ପ ‘ଶିକାର’ର କାହାଣୀ ଉପରେ ପର୍ଯ୍ୟବସିତ ଥିଲା।

ବଲିଉଡ୍‌ ସୁପରଷ୍ଟାର ମିଠୁନ୍‌ ଚକ୍ରବର୍ତ୍ତୀ ଏବଂ ମମତା ଶଙ୍କର ପ୍ରଥମ କରି ଏହି ଫିଲ୍ମ ଜରିଆରେ ଫିଲ୍ମ ଅଭିନୟ କ୍ଷେତ୍ରରେ ପାଦ ଥାପିଥିଲେ। ଏହି ଫିଲ୍ମର କାହାଣୀ ଥିଲା ପ୍ରାକ୍‌ ସ୍ୱାଧୀନତା ସମୟର ଅର୍ଥାତ ୧୯୦୨ ମସିହାର। ସେତେବେଳେ ବ୍ରିଟିଶ୍‌ ଶାସନ ସାଙ୍ଗକୁ ଥିଲା ଜମିଦାରଙ୍କ ନାହିଁ ନଥିବା ପ୍ରକୋପ ଓ ଦବଦବା।

କାହାଣୀଟି ବ୍ରିଟିଶ୍‌ ଅଫିସର ଓ ଜମିଦାରଙ୍କ ଅମାନୁଷିକ ଅତ୍ୟାଚାର ଏବଂ ସ୍ଥାନୀୟ ଲୋକଙ୍କ ଜୀବନ ସଂଗ୍ରାମକୁ ନେଇ ଗତିଶୀଳା ଏଥିରେ ଜଣେ ବ୍ରିଟିଶ ପ୍ରଶାସକ ଏବଂ ଜଣେ ସରଳ ଅଥଚ ଧୂରୀଣ ଧନୁର୍ଦ୍ଧର ଘିନୁଆଙ୍କ ବନ୍ଧୁତାର କାହାଣୀ ରହିଛି । ମିଠୁନ୍‌ ଏହି କାହାଣୀର ନାୟକ ‘ଘିନୁଆ’ ଚରିତ୍ରରେ ଅଭିନୟ କରିଥିଲେ।

ସମାଜର କ୍ଷତି କରୁଥିବା ଏବଂ ସ୍ତ୍ରୀ ଲୋକଙ୍କ ଇଜ୍ଜତ ଲୁଟିଥିବା ଗୋବିନ୍ଦ ସର୍ଦ୍ଦାର ନାମକ ଜଣେ ଜମିଦାରର କଟାମୁଣ୍ଡ ସହିତ ଘିନୁଆ ବକ୍‌ସିସ୍‌ ଆଶାରେ ଗୋରା ସାହେବ୍‌ଙ୍କ ପାଖକୁ ଆସିଥିଲା। କାରଣ ଏହାର କିଛି ବର୍ଷ ପୂର୍ବରୁ ଜଣେ ସିପାହୀଙ୍କୁ ମାରି ସରକାରୀ ଟ୍ରେଜେରି ଲୁଟିଥିବା ଝପଟ୍‌ ସିଂହ ନାମକ ଜଣେ ବ୍ୟକ୍ତିର ମୁଣ୍ଡ କାଟିଥିବାରୁ ସେ ବକ୍‌ସିସ୍‌ ପାଇଥିଲା। ଏଥର କିନ୍ତୁ ନିଜର ସରଳତା ପାଇଁ ସେ ଜେଲ୍‌ ଦଣ୍ଡ ଭୋଗିବା ସହିତ ଫାଶୀ ଖୁଣ୍ଟରେ ଝୁଲିଥିବାର କାହାଣୀ ଏଥିରେ ରହିଛି। ମୃତ୍ୟୁ ଦଣ୍ଡ ପାଇବାର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ବୁଝି ପାରୁନଥିଲା ସେ ଏହା ପୂର୍ବରୁ ମଣିଷ ହତ୍ୟା ପାଇଁ ପୁରସ୍କାର ପାଇଥିଲା ବେଳେ ଏଥର ମୃତ୍ୟୁ ଦଣ୍ଡ କାହିଁକି।

ଏହି ଫିଲ୍ମ ଦୁଇଟି ଜାତୀୟ ପୁରସ୍କାର ପାଇଥିଲା। ବେଷ୍ଟ ଫିଚର ଫିଲ୍ମ ଏବଂ ବେଷ୍ଟ ଆକ୍ଟର ବିଭାଗରେ ଏହା ପୁରସ୍କୃତ ହୋଇଥିଲା। ଦଶମ ମସ୍କୋ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ମଧ୍ୟ ଏହା ପୁରସ୍କୃତ ହୋଇଥିଲା। କାହାଣୀର ଲେଖକ ଭଗବତୀ ଓଡ଼ିଶାରେ ବାମ ଆନ୍ଦୋଳନର କର୍ଣ୍ଣଧାର ଥିଲେ ଏବଂ ମିଥୁନ୍‌ ମଧ୍ୟ ନକ୍ସଲ ଆନ୍ଦୋଳନରୁ ମୁଖ୍ୟ ସ୍ରୋତକୁ ଆସିଥିଲେ। ସେହିପରି ମୃଣାଳ ମାର୍କସ୍‌ବାଦର ଅନୁଗାମୀ ଥିଲେ।

ମୃଣାଳ ସେନ୍‌ ଦୁଇ କିମ୍ବଦନ୍ତୀ ଫିଲ୍ମ ନିର୍ମାତା ସତ୍ୟଜିତ ରାୟ ଏବଂ ରିତ୍ୱିକ ଘଟକଙ୍କ ସମସାମୟିକ। ଯଦିଓ ତିନି ଜଣ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଥିଲେ, ପରସ୍ପରର ଫିଲ୍ମ କୃତିର ପ୍ରଶଂସକ ମଧ୍ୟ ଥିଲେ।



from Odisha Reporter http://bit.ly/2rYOcCq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages