ଶୀତଦିନେ ବୟସ୍କ ଓ ଶିଶୁଙ୍କର କେମିତି ନେବେ ଯତ୍ନ, ପଢ଼ନ୍ତୁ କିଛି ଟିପ୍ସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ଶୀତଦିନେ ବୟସ୍କ ଓ ଶିଶୁଙ୍କର କେମିତି ନେବେ ଯତ୍ନ, ପଢ଼ନ୍ତୁ କିଛି ଟିପ୍ସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଶୀତର ପ୍ରଭାବ ଧିରେ ଧିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଯୁବାବସ୍ଥାରେ ଥିବା ଲୋକଙ୍କର ଶୀତ ସହିବାର କ୍ଷମତା ରହିଥାଏ। କିନ୍ତୁ ଛୋଟ ଛୁଆ ଓ ବୟସ୍କ ବ୍ୟକ୍ତି ଶୀତ ସହିବା କଠିନ ହୋଇଥାଏ। ବିଶେଷଜ୍ଞଙ୍କ ମତରେ ବୟସ୍କ ଲୋକଙ୍କର ରକ୍ତ ଅପେକ୍ଷାକୃତ ଥଣ୍ଡା ହୋଇଥିବାରୁ ସେମାନେ ଶୀତ ସହିବା ପାଇଁ ଅକ୍ଷମ ହୋଇଥାନ୍ତି। ଶୀତ ଅଧିକ ପଡ଼ିଲେ, ସେମାନଙ୍କୁ ଥଣ୍ଡା ଜ୍ୱର ଲାଗି ରହିଥାଏ। ଏହାର କାରଣ ଏହି ସମୟରେ ଛୋଟ ପିଲା ଓ ବୟସ୍କ ଲୋକଙ୍କର ରୋଗପ୍ରତିରୋଧକ ଶକ୍ତି କମ୍‌ ଥାଏ।

ରୋଗ ପ୍ରତିରୋଧକ ଶକ୍ତି କମ୍‌ ରହିଲେ, ମଧୁମେହ ଓ ଉଚ୍ଚ ରକ୍ତଚାପ ଥିବା ବୟସ୍କ ବ୍ୟକ୍ତି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହି ସମୟରେ ଶରୀରରେ ସୁଗାର ସ୍ତର ବଢ଼ିବାରେ ଲାଗିଥାଏ। ଏହା ସହିତ ଛୋଟ ପିଲାଙ୍କୁ ଇନ୍‌ଫେକସନ୍ ହେବାର ଆଶଙ୍କା ରହିଥାଏ।

ଏମାନଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଯଦି ଆପଣଙ୍କ ଘରେ ଛୋଟପିଲା ଓ ବୟସ୍କ ଲୋକ ଅଛନ୍ତି ତେବେ ଏହି ଶୀତଦିନେ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ ଜାଣି ରଖନ୍ତୁ।

୧-ମର୍ଣ୍ଣିୱାର୍କ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଶୀତଦିନେ ସକାଳୁ ଓ ସନ୍ଧ୍ୟାରେ ଅତ୍ୟଧିକ ଥଣ୍ଡା ପଡିବା କାରଣରୁ ବୟସ୍କ ଲୋକଙ୍କୁ ମର୍ଣ୍ଣିୱାର୍କ କରିବା ପାଇଁ କିମ୍ବା ଇଭିନିଙ୍ଗ୍‌ ୱାର୍କ ଯିବାକୁ ଦିଅନ୍ତୁ ନାହିଁ।

୨- ଅଧିକ ଫ୍ୟାଟ ଥିବା ଖାଦ୍ୟ ସେମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ ଏବଂ ସିଗାରେଟ ଓ ମାଦକ ଦ୍ରବ୍ୟ ଠାରୁ ଦୂରେଇ ରଖନ୍ତୁ।

୩- ଘରର ବୟସ୍କ ଲୋକଙ୍କ ଶରୀରର କୋଲେଷ୍ଟ୍ରଲ୍‌ ଓ ରକ୍ତଚାପ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟରେ ଲୁଣ, ଲହୁଣୀ ଓ ଘିଅର ମାତ୍ରା କମ କରନ୍ତୁ। ଯେତେ ସମ୍ଭବ ତାଙ୍କୁ ମାନସିକ ଦୁଃଶ୍ଚିନ୍ତା ଠାରୁ ଦୂରେଇ ରଖନ୍ତୁ।

୪- ଶୀତଦିନ ସକାଳର ଖରାରେ ବସିବାକୁ ଦିଅନ୍ତୁ କିନ୍ତୁ ମୁଣ୍ଡ ଉପରେ ଅଧିକ ଖରା ପଡିବାକୁ ଦିଅନ୍ତୁ ନାହିଁ। ଏହାବ୍ୟତୀତ ମିଠା ମଧ୍ୟ କମ୍‌ ଖାଇବାକୁ ଦିଅନ୍ତୁ ଓ ଖାଦ୍ୟରେ ଫଳ ଏବଂ ସବୁଜ ପନିପରିବାର ମାତ୍ରା ବଢାନ୍ତୁ। ଏହା ସହିତ ଘର ମଧ୍ୟରେ ଅଳ୍ପ ଅଳ୍ପ ବ୍ୟାୟମ କରିବା ପାଇଁ କୁହନ୍ତୁ।

୫- ଏହି ସମୟରେ ଛୋଟପିଲାଙ୍କର ମଧ୍ୟ ବିଶେଷ ଯତ୍ନ ନେବାକୁ ପଡିଥାଏ। ଥଣ୍ଡା ଯୋଗୁଁ ପିଲାମାନଙ୍କୁ ଜ୍ଵର ହୋଇଥାଏ ଓ ପତଳା ଝାଡା ମଧ୍ୟ ହୋଇଥାଏ। ଏଥିପାଇଁ ତାଙ୍କର ବିଶେଷ ଧ୍ୟାନ ନିଅନ୍ତୁ।

୬- ଛୋଟପିଲାଙ୍କ ଠାରୁ ଏପରି ଜିନିଷକୁ ଦୂରେଇ ରଖନ୍ତୁ ଯାହା ତାଙ୍କୁ ବେମାର କରିବ। ବିଶେଷ କରି ବାହାର ଖାଇବା ଠାରୁ ଦୂରେଇ ରଖନ୍ତୁ। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ମଧ୍ୟ ଖାଇବାକୁ ଦିଅନ୍ତୁ ନାହିଁ ଓ ପାଣିକୁ ଫୁଟାଇ ପିଇବାକୁ ଦିଅନ୍ତୁ।

୬- ଛଅ ମାସରୁ କମ୍‌ ବୟସର ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ରୁହନ୍ତୁ। ପିଲାଙ୍କୁ ସବୁବେଳେ ଗରମ ପୋଷାକ ପିନ୍ଧାନ୍ତୁ ଓ ଥଣ୍ଡା ଠାରୁ ଦୂରେଇ ରଖନ୍ତୁ।

୭- ସ୍କୁଲ ଯାଉଥିବା ପିଲାଙ୍କୁ ଭଲ ଭାବରେ ଗରମ ପୋଷାକ ପିନ୍ଧାଇ ବାହାରକୁ ଛାଡନ୍ତୁ। ଇନ୍‌ଫେକସନ୍‌ରୁ ବଞ୍ଚାଇବା ପାଇଁ ଖାଇବା ଆଗରୁ ପିଲାଙ୍କ ହାତକୁ ଭଲ ଭାବରେ ଧୁଅନ୍ତୁ।



from Odisha Reporter http://bit.ly/2QUf8Ct

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages