ଡ୍ରାଭିଡ୍‌ଙ୍କ ରେକର୍ଡ ଭାଙ୍ଗିଲେ ବିରାଟ୍‌, ଜାଣନ୍ତୁ କେମିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ଡ୍ରାଭିଡ୍‌ଙ୍କ ରେକର୍ଡ ଭାଙ୍ଗିଲେ ବିରାଟ୍‌, ଜାଣନ୍ତୁ କେମିତି

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ବିରାଟ୍‌ କୋହଲି ଆଉ ଏକ ଶତକ ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି। ସେ ଗୁରୁତ୍ୱପୂର୍ଣ୍ଣ ୮୨ ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ତେବେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ ଏଭଳି ଇନିଂସ୍‌ ଖେଳି ୧୬ ବର୍ଷ ତଳେ କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ରାହୁଲ ଡ୍ରାଭିଡ୍‌ କରିଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ଗୋଟିଏ ବର୍ଷରେ ବିଦେଶ ମାଟିରେ ସର୍ବାଧିକ ରନ୍‌ ହାସଲକାରୀ କ୍ରିକେଟର ବନିବାରେ ବିରାଟ୍‌ ଆଜି ରାହୁଲଙ୍କୁ ପଛରେ ପକାଇ ଦେଇଛନ୍ତି। ଡ୍ରାଭିଡ୍‌ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବିଦେଶ ମାଟିରେ ୧୧୩୭ ରନ୍‌ କରିଥିବା ବେଳେ ବିରାଟ୍‌ ଆଜିର ଇନିଂସ୍‌ ପରେ ୨୦୦୨ରନରେ ପହଞ୍ଚି ଯାଇଛନ୍ତି।

ବିରାଟ୍‌ ଓ ଡ୍ରାଭିଡ୍‌ଙ୍କ ପଛକୁ ମହିନ୍ଦର ଅମରନାଥ ୧୯୮୩ରେ ୧୦୬୫ ଏବଂ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗଭାସ୍କର୧୯୭୧ରେ ୯୧୮ ରନ୍‌ କରିଥିଲେ।



from Odisha Reporter http://bit.ly/2Roub6Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages