
ମୁମ୍ବାଇ: ଆଉ ମାତ୍ର ଦିନ କେଇଟା ପରେ ବିଦାୟ ନେଇଯିବ ୨୦୧୮। ବର୍ଷଟିଏ ଶେଷ ହେବାର ଦୁଃଖ ଯେତିକି, ତା’ଠାରୁ ଢେର୍ ଅଧିକ ଉତ୍କଣ୍ଠା ନୂଆବର୍ଷ ୨୦୧୯କୁ ସ୍ୱାଗତ କରିବା ପାଇଁ। ଏବେ ପ୍ରାୟ ସମସ୍ତେ ସେଲିବ୍ରେସନ୍ ମୁଡ୍ରେ। ଏଥିରୁ ବଲିଉଡ୍ କଳାକାରମାନେ ବା ବାଦ୍ ପଡିବେ କେମିତି । ଏବେଠାରୁ ବଲିଉଡ୍ କଳାକରଙ୍କର ନୂଆ ବର୍ଷ ସେଲିବ୍ରେସନ୍ ଆରମ୍ଭ ହୋଇଗଲାଣି।
ନୂଆ ବର୍ଷ ଛୁଟିରେ ବି’ ଟାଉନ୍ର ଅଧିକାଂଶ ସେଲିବ୍ରିଟି ଏବେ ବିଦେଶ ଭ୍ରମଣରେ ଲାଗି ପଡ଼ିଛନ୍ତି।
ନିକଟରେ ଅଜୟ ଦେବଗନ୍ ନିଜ ପରିବାର ସହ ଥାଇଲାଣ୍ଡରେ ପହଞ୍ଚିଥିଲେ। ଏହି ବିଦେଶ ଭ୍ରମଣର କିଛି ଫଟୋ ଅଜୟ ସୋଶାଲ୍ ମିଡିଆରେ ଶେୟାର କରିଥିଲେ। ଯେଉଁଥିରେ ସେ ଏକ ସୁଇମିଂ ପୁଲ୍ରେ ପରିବାର ସହ ମଜା ମସ୍ତି କରୁଥିବା ଦେଖିବାକୁ ମିଳିଛି।
ଶିଳ୍ପା ସେଟ୍ଟୀ ମଧ୍ୟ ପରିବାର ସହ ଲଣ୍ଡନରେ ବୁଲୁଥିବା ଦେଖିବାକୁ ମିଳିଛି। ଏହାର ଫଟୋ ମଧ୍ୟ ସେ ସେଶାଲ୍ ମିଡିଆରେ ଶେୟାର୍ କରିଛନ୍ତି।
କରିନା-ସୈଫ୍ ନୂଆ ବର୍ଷ ଛୁଟି କାଟିବା ପାଇଁ କେପ୍ଟାଉନ୍ରେ ପହଞ୍ଚିଛନ୍ତି। ସେଠାରେ ଉଭୟ ପୁଅ ତୈମୁରର ଜନ୍ମ ଦିନ ମଧ୍ୟ ପାଳନ କରିଥିଲେ। ଏହାର ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏଥିରେ ତୈମୁର ସାଇକେଲ୍ ଉପରେ ବୁଲୁଥିବାର ଦେଖିବାକୁ ମିଳିଥିଲା।
ପ୍ରିୟଙ୍କା କଜିନ୍ ସିଷ୍ଟର୍ ପରିଣୀତି ଚୋପ୍ରା ମଧ୍ୟ ଏବେ ଲଣ୍ଡରେ ବୁଲୁଛନ୍ତି ଏବଂ ନୂଆବର୍ଷ ଛୁଟି କାଟୁଛନ୍ତି।
from Odisha Reporter http://bit.ly/2Q2ktCo
No comments:
Post a Comment