ମୋ ବାପାଙ୍କ ଉପରେ କିରୋସିନି ଢାଳିଲେ, ସେ ନମରିବାରୁ ଫସ୍‌ଫରସ୍‌ ଛିଞ୍ଚିଲେ: ଶିଖ୍‌ ବିରୋଧୀ ଦଙ୍ଗାର ଲୋମହର୍ଷଣକାରୀ କାହାଣୀ ବଖାଣିଲେ ମୃତକଙ୍କ ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ମୋ ବାପାଙ୍କ ଉପରେ କିରୋସିନି ଢାଳିଲେ, ସେ ନମରିବାରୁ ଫସ୍‌ଫରସ୍‌ ଛିଞ୍ଚିଲେ: ଶିଖ୍‌ ବିରୋଧୀ ଦଙ୍ଗାର ଲୋମହର୍ଷଣକାରୀ କାହାଣୀ ବଖାଣିଲେ ମୃତକଙ୍କ ଝିଅ

ନୂଆଦିଲ୍ଲୀ:ଶିଖ୍‌ ବିରୋଧୀ ଦଙ୍ଗାକୁ ନେଇ ଆଜି ଦିଲ୍ଲୀ ହାଇକୋର୍ଟ ଏକ ରାୟ ଦେଇଛନ୍ତି। ଏହି ଘଟଣାରେ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସେହି ସମୟରେ ନିଜ ସାମ୍ନାରେ ନିଜ ବାପାଙ୍କୁ କେମିତି ଅତି ନୃଶଂସ ଓ ଅମାନୁଷିକଭାବେ ହତ୍ୟା କରାଯାଇଥିଲା ତାହା ଆଜି ଜଣେ ଝିଅ ବଖାଣିଛନ୍ତି। ଶୁଣିଲେ ଆପଣଙ୍କ ଲୋମଟାଙ୍କୁରି ଉଠିବ। ୧୯୮୪ ଶିଖ୍ ବିରୋଧୀ ଦଙ୍ଗାରେ ନିର୍‌ପ୍ରୀତ୍‌ କୌର୍‌ ନାମ୍ନୀ ଜଣେ ପୀଡ଼ିତାଙ୍କୁ ସେତେବେଳେ ୧୬ ବର୍ଷ ହୋଥିଲା। ଯେତେବେଳେ କି ତାଙ୍କ ବାପାଙ୍କୁ ତାଙ୍କ ସମ୍ମୁଖରେ ଜିଅନ୍ତା ଜାଳି ଦିଆଯାଇଥିଲା।

ଦିଲ୍ଲୀର ରାଜନଗର ନିକଟସ୍ଥ ଏକ ଗୁରୁଦ୍ୱାର ନିକଟରେ ୧୯୮୪ ଡିସେମ୍ବର ୧ରେ ଏମିତି ଏକ ବର୍ବରକାଣ୍ଡରେ କୌର୍‌ଙ୍କ ପିତା ଶିକାର ହୋଇଥିଲେ । କୌରଙ୍କ ପିତା ନିର୍ମଲ ସିଂହ ଏକ ଗୁରୁଦ୍ୱାରରେ ଜଣେ କର୍ମଚାରୀ ଥିଲେ। ସୋମବାର ଦିଲ୍ଲୀ ହାଇକୋର୍ଟ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ଅବସରରେ ଗଣମାଧ୍ୟମ ଆଗରେ ନିର୍‌ପ୍ରୀତ୍‌ ଏମିତି ଏକ ଚାଞ୍ଚଲ୍ୟକର ବୟାନ୍‌ ରଖିଥିଲେ। ରାଜନଗରରେ ଗୋଟିଏ ପରିବାରକୁ ୫ ଜଣଙ୍କୁ ହତ୍ୟା ଏବଂ ଗୁରୁଦ୍ୱାରକୁ ଜାଳିଦେବା ଅଭିଯୋଗରେ କୋର୍ଟ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଗଣମାଧ୍ୟମ ଆଗରେ କହିବା ବେଳେ କୌରଙ୍କ ଆଖିରୁ ଧାର ଧାର ହୋଇ ଲୁହ ବୋହିଯାଉଥିଲା। ସେ କହିଥିଲେ ଯେ, ମତେ ୩୪ ବର୍ଷ ପରେ ନ୍ୟାୟ ମିଳିଛି। ଏବେ ସଜ୍ଜନ କୁମାର ଜେଲ ଯିବେ। ୨୦୭ ପୃଷ୍ଠା ସମ୍ବଳିତ ରାୟରେ କୌର ସାକ୍ଷୀ ଅଛନ୍ତି। ସେଥିରେ ଲେଖାଯାଛି ଯେ, ସେଦିନ ସକାଳେ କିଛି ଲୋକେ ଗୋଷ୍ଠୀଗତ ଭାବେ ଆସି କୌରଙ୍କ ବାପାଙ୍କ ଉପରେ କିରୋସିନି ଢାଳି ଥିଲେ। ହେଲେ ଯେବେ ମାଚିସ୍‌ ନ ମିଳିଲା ପୁଲିସ କର୍ମୀମାନେ ଚିଲ୍ଲାଇଥିଲେ।

ଏହି ସମୟରେ ଜଣଙ୍କୁ ମାଚିସ୍ ମିଳିଯାଇଥିଲା। ଆଉ ସେ ନିଆଁ ଲଗାଇ ଦେଇଥିଲେ। ଜଳୁଥିବା ଅବସ୍ଥାରେ ଭୀତତ୍ରସ୍ତ ହୋଇ ନିର୍ମଲ ସିଂହ ନାଳକୁ ଡେଇଁ ପଡ଼ିଥିଲେ। ହେଲେ ସେଠାରୁ ତାଙ୍କୁ ଟାଣିଆଣି ଏକ ଖୁମ୍ବରେ ବାନ୍ଧି ଦିଆଯାଇଥିଲା। ଯେତେ ବେଳେ ନିର୍ମଲ ବଞ୍ଚିଥିବା ଦେଖାଗଲା, ପୁଣି ଥରେ ତାଙ୍କ ଦେହରେ ନିଆଁ ଲଗାଇ ଦିଆଗଲା। ହେଲେ କୌଶଳ କରି ନିର୍ମଲ ପୁଣି ଥରେ ନାଳକୁ ଡେଇଁ ପଡ଼ିଥିଲେ। ଏହା ପରେ ଝିଅ କୌର ଦେଖିଥିଲେ ଯେ, ତାଙ୍କ ବାପାଙ୍କୁ କିଛି ଲୋକେ ରଡ଼୍‌ରେ ପିଟିଥିଲେ। ଆଉ ଭିଡ଼ ମଧ୍ୟରେ କେହି ଜଣେ ତାଙ୍କ ଉପରେ ଫସ୍‌ଫରସ୍‌ ପାଉଡର ଛିଞ୍ଚିଥିଲେ। ଯେଉଁଥିରେ ତାଙ୍କ ଶରୀର ସମ୍ପୂର୍ଣ୍ଣ ଜଳି ଯାଇଥିଲା।

ନିରପ୍ରୀତଙ୍କ କହିବା ଅନୁଯାୟୀ, ତାଙ୍କ ପିତାଙ୍କର ହତ୍ୟାର ଦିନକ ପରେ ସେହି ଇଲାକାରେ ସାଂସଦ ସଜ୍ଜନ କୁମାର ଭାଷଣ ଦେଇ କହିଥିଲେ ଯେ, ଯେଉଁ ଶିଖ୍‌ମାନେ ବଞ୍ଚିଛନ୍ତି ସେମାନଙ୍କୁ ହତ୍ୟା କରିଦେବା ଉଚିତ୍ । କୌର କହିଛନ୍ତି, “ମୁଁ ଦେଖିଛି ସଜ୍ଜନ କୁମାର ଭାଷଣ ଦେଉଥିଲେ। ସଜ୍ଜନ କହିଥିଲେ ଇନ୍ଦିରା ଗାନ୍ଧିଙ୍କୁ ମାରିଥିବା ଲୋକେ ସର୍ଦ୍ଦାର ତେଣୁ ଜଣେ ବି ସର୍ଦ୍ଦାର ବଞ୍ଚିବା ଉଚିତ୍ ନୁହଁ। ଏହା ପରେ ମୋ ଜୀବନ ନର୍କରେ ପରିଣତ ହୋଇଗଲା।”



from Odisha Reporter https://ift.tt/2UNxNy2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages