ଆଳ ରାଫେଲ୍‌, ହେଲେ ଟାର୍ଗେଟ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ଆଳ ରାଫେଲ୍‌, ହେଲେ ଟାର୍ଗେଟ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଫେଲ୍‌ ଆଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ। ସୁରଟରେ ପ୍ରବାସୀ ଓଡିଆଙ୍କୁ ସୁବିଧାସୁଯୋଗ ପାଇଁ ନବୀନଙ୍କ ଅଚାନକ ଦରଦ, ଚିଟ୍‌ଫଣ୍ଡ ଓ ଆୟୁଷ୍ମାନ ଭାରତ ପରି ପ୍ରସଙ୍ଗକୁ ନେଇ ଆଜି ଓଡିଶା ମାଟିରେ ନବୀନଙ୍କୁ ବାଣ ମାରିଛନ୍ତ ରୁପାଣୀ।

ଗୋଟିଏ ଦିନ ପରେ ନବୀନ ଗୁଜରାଟ ଯାଇ ସୁରଟରେ ଓଡ଼ିଶା ମହୋତ୍ସବରେ ଯୋଗ ଦେଉଥିବା ବେଳେ ସେଠାକାର ମୁଖ୍ୟମନ୍ତ୍ରୀ ଓଡିଶା ଆସି ନବୀନଙ୍କୁ ନିଶାନା କରିବା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି। ଏହା ଏକ ସଂଯୋଗ ମାତ୍ର, ନା ଏଥିରେ ରାଜନୀତି ଅଛି, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସୁରଟରେ ଓଡ଼ିଶା ମହୋତ୍ସବରେ ସାମିଲ ହେବା ପାଇଁ ନବୀନ ଗୁଜରାଟ ମାଟିରେ ପାଦ ନ ଦେଉଣୁ ଭୁବନେଶ୍ୱରରେ ଆଜି ପହଞ୍ଚି ଯାଇଥିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ରୁପାଣୀ। ପ୍ରସଙ୍ଗ ଥିଲା ରାଫେଲ୍‌, ହେଲେ ନବୀନଙ୍କୁ ନିଶାନା କରିବାକୁ ଭୁଲି ନଥିଲେ ରୁପାଣୀ। ସେ କଟାକ୍ଷ କରି କହିଛନ୍ତି, “୧୯ ବର୍ଷ ଶାସନ ପରେ ନବୀନଙ୍କର ସୁରଟର ଓଡିଆଙ୍କ କଥା ମନେପଡ଼ିଲା।” ସୁରଟ ଓଡ଼ିଆଙ୍କ ଝାଳବୁହା ଧନ ଓଡ଼ିଶାର ଚିଟଫଣ୍ଡ କମ୍ପାନୀ ଚଳୁ କରିଦେଇଛନ୍ତି। ଏହି ଟଙ୍କା ଫେରାଇବାକୁ କହି ନବୀନଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ରୁପାଣୀ। ଏହାବାଦ୍ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରି ନଥିବାରୁ ସୁରଟ ଓଡ଼ିଆମାନେ ସ୍ୱାସ୍ଥ୍ୟ ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି ବି ଅଭିଯୋଗ କରିଛନ୍ତି ରୁପାଣୀ।

ରୁପାଣୀଙ୍କୁ କାଉଣ୍ଟର କରିବାକୁ ଯାଇ ନବୀନ ସୁରଟ ଯିବା ବାଟରେ ଅହମ୍ମଦାବାଦରେ ଚିକିତ୍ସିତ ହେଉଥିବା ଓଡ଼ିଆ ରୋଗୀଙ୍କୁ ଭେଟିଛନ୍ତି। ନବୀନଙ୍କ ସୁରଟ ଗସ୍ତ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ବେଳେ ସେହି ଏକା ଦିନ ରୁପାଣୀଙ୍କୁ ଓଡ଼ିଶା ପଠାଇବା ପଛରେ ବିଜେପି ଭୟଭୀତ ହୋଇ ରାଜନୀତିକ ଚାଲ ଖେଳିଛି ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।

ଅନ୍ୟପକ୍ଷରେ ନବୀନଙ୍କୁ ଦାଦନ କହି ଟାର୍ଗେଟ କରିଛି କଂଗ୍ରେସ। ଓଡ଼ିଶାରେ ଲୋକଙ୍କୁ ନିଯୁକ୍ତି ଦେଇପାରୁନଥିବା ନବୀନ ସୁରଟ ଯାଇ ଦାଦନରେ ନିଜ ନାଁ ଲେଖାଇଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ପରିହାସ କରି କହିଛନ୍ତି।



from Odisha Reporter https://ift.tt/2GmG8W9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages