
ବେଙ୍ଗାଲୁରୁ: ବାପା-ମାଙ୍କୁ ବିଦାୟ ଜଣାଇବାକୁ ଷ୍ଟେସନ୍ ଆସିଥିବା ଜଣେ ଇଞ୍ଜିନିୟର ବିକ୍ରମ୍ ବିଜୟନ୍ଙ୍କ ଉପରେ ଟ୍ରେନ୍ ଚଢ଼ିଯିବାରୁ ତାଙ୍କ ଜୀବନ ଚାଲିଯାଇଥିବା ଜଣାଯାଇଛି। ୱିପ୍ରୋରେ କାମ କରୁଥିବା ବିକ୍ରମଙ୍କ ବାପା-ମା ପୁଅ ସହିତ କିଛି ଦିନ ରହିବାପରେ ୟଶୱନ୍ତପୁର-କନ୍ନୁର ଏକ୍ସପ୍ରେସ୍ରେ ଘରକୁ ଫେରିବାର ଥିଲା।
ତେବେ ବିକ୍ରମ ସେମାନଙ୍କ ଲଗେଜ୍ ରଖି ତଳକୁ ଓହ୍ଲାଇବା ସମୟରେ ଟ୍ରେନ୍ ଛାଡ଼ିଦେଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଟ୍ରେନ୍ଟି ଏହି ଷ୍ଟେସନ୍ରେ ମାତ୍ର ୨ ମିନିଟ୍ ରହେ ଯାହାକି ଯଥେଷ୍ଟ ନୁହେଁ ବୋଲି ପୂର୍ବରୁ ମଧ୍ୟ ଅଭିଯୋଗ ଆସିଛି।
ଜଣେ ରେଲ୍ୱେ ପୁଲିସ୍ ଅଧିକାରୀଙ୍କ କହିବା ଅନୁଯାୟୀ, “ବିକ୍ରମ ଟ୍ରେନ୍ରୁ ଡେଇଁପଡ଼ିଥିଲେ, କିନ୍ତୁ ଟ୍ରେନ୍ ଯେଉଁଦିଗରେ ଯାଉଥିଲା ତା’ର ବିପରୀତ ଦିଗରେ ଡେଇଁଥିଲେ। ସେ ଭାରସାମ୍ୟ ହରାଇ ଚଳନ୍ତା ଟ୍ରେନ୍ ଏବଂ ପ୍ଲାଟଫର୍ମ ମଝିରେ ପଡ଼ିଯାଇ ଟ୍ରେନ୍ର ଚକି ତଳକୁ ଚାଲିଆସିଥିଲେ। ତାଙ୍କ ଗୋଡ଼, ମୁଣ୍ଡ ଏବଂ ହାତ ତାଙ୍କ ଶରୀରଠାରୁ ଅଲଗା ହୋଇଯାଇଥିଲା।”
ବିକ୍ରମଙ୍କୁ ଦେଖି ତାଙ୍କ ବାପା ମଧ୍ୟ ଡେଇଁପଡ଼ିଥିଲେ ଏବଂ ଗୁରୁତରଭାବରେ ଆହତ ହୋଇଥିଲେ। ଏପରି ଘଟଣା ପରେ ଯାତ୍ରୀମାନେ ଚେନ୍ ଭିଡ଼ି ଟ୍ରେନ୍କୁ ଅଟକାଇଥିଲେ ଏବଂ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲେ। ବର୍ତ୍ତମାନ ବିକ୍ରମଙ୍କ ବାପା ଧୀରେ ଧୀରେ ସୁସ୍ଥ ହେଉଛନ୍ତି।
from Odisha Reporter https://ift.tt/2rLvm1D
No comments:
Post a Comment