୧୦୬ ଜଣଙ୍କ ମଧ୍ୟରେ ୪୨ ମହିଳା: ଆୟୂଷୀ ଟପ୍ପର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 19, 2018

୧୦୬ ଜଣଙ୍କ ମଧ୍ୟରେ ୪୨ ମହିଳା: ଆୟୂଷୀ ଟପ୍ପର

OAS

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷା ଫଳ। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ୨୦୧୭ ବର୍ଷ ପାଇଁ ହୋଇଥିବା ଏହି ପରୀକ୍ଷାର ଫଳ ଗତକାଲି ପ୍ରକାଶ ପାଇଛି।

ଲିଖିତ ଓ ମୌଖିକ ପରୀକ୍ଷା ଆଧାରରେ ମୋଟ ୧୦୬ ଜଣ ପରୀକ୍ଷାର୍ଥୀଙ୍କୁ କ୍ୟାଟେଗୋରୀ-୧ ଓ ୨ ସେବା ପାଇଁ ଯୋଗ୍ୟ ବିବେଚିତ କରାଯାଇଛି। ଡିସେମ୍ବର ୩ ରୁ ୧୨ ତାରିଖ ପର୍ଯ୍ୟନ୍ତ ମୌଖିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଏହି ପରୀକ୍ଷାରେ ଆୟୂଷୀ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସଞ୍ଜିତା ମହାପାତ୍ର ଦ୍ୱିତୀୟ ଓ ପୁନମ୍ ମହାପାତ୍ର ତୃତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି।

କୃତିତ୍ୱ ହାସଲ କରିଥିବା ୧୦୬ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ମୋଟ ୪୨ ଜଣ ମହିଳା ଅଛନ୍ତି।

ସେହିଭଳି ଝୋଡ଼ିଆ ସଂପ୍ରଦାୟର ପ୍ରଥମ ଝିଅ ଭାବେ କୋରାପୁଟ ଜିଲ୍ଲା କାଶୀପୁର ବ୍ଲକ୍ ଟିକିରି ଅଞ୍ଚଳର ପ୍ରଭାତୀ ଝୋଡ଼ିଆ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।



from Odisha Reporter https://ift.tt/2RbxSwk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages