
ବୁଲନ୍ଦଶହର: ଉତ୍ତରପ୍ରଦେଶର ବୁଲନ୍ଦଶହରରେ ସଂଘଟିତ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ସୁବୋଧ କୁମାରଙ୍କ ପୁଅ ଅଭିଷେଖ କୁମାର ବାପାଙ୍କ ମୃତ୍ୟୁ ବାବଦରେ ମୁହଁ ଖୋଲିଛନ୍ତି। ବାପାଙ୍କ ମୃତ୍ୟୁରେ ଯେକେହି ଭଙ୍ଗିପଡ଼ିବା ସ୍ୱାଭାବିକ ହୋଇଥିଲେ ମଧ୍ୟ ଅଭିଷେକ ସାହାସର ସହିତ ଏଭଳି ପରିସ୍ଥିତିକୁ ସାମ୍ନା କରୁଛନ୍ତି। ସେ କହିଛନ୍ତି, ବାପା ସମସ୍ତ ଧର୍ମକୁ ସମ୍ମାନ ଦେବାକୁ ପରାମର୍ଶ ଦେବାକୁ କହୁଥିଲେ। କିନ୍ତୁ ଧର୍ମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ହିଂସା କାରଣରୁ ବାପାଙ୍କ ଜୀବନ ଚାଲିଗଲା। ଏବେ ଆଉ କାହାର ବାପାଙ୍କର ସ୍ଥିତି ଏଭଳି ନହେବ କିଏ କହିବ।
ସେ ଆହୁରି ମଧ୍ୟ କହିଛନ୍ତି, ସେ ଆମକୁ ଭଲ ନାଗରିକ ହେବାକୁ ଅନୁପ୍ରାଣିତ କରୁଥିଲେ। ସେ ଆମକୁ ସେଭଳି ବ୍ୟକ୍ତିଭାବରେ ତିଆରି କରିବାକୁ ଚାହୁଁଥିଲେ ଯାହାର ଧାର୍ମିକ ହିଂସା ପ୍ରତି ସମର୍ଥନ ନଥିବ। ହିନ୍ଦୁ, ମୁସଲିମ୍, ଶିଖ୍, ଖ୍ରୀଷ୍ଟିଆନ୍ ସମସ୍ତେ ସମାନ।
ଏହି ଘଟଣା ଘଟିବାର ଗୋଟିଏ ଦିନ ପୂର୍ବରୁ ହିଁ ସୁବୋଧଙ୍କ ସହିତ ସେ କଥା ହୋଇଥିଲେ। ଯେଉଁ ବିଷୟରେ ସେ ଦୁର୍ବଳ, ତା’ପ୍ରତି ଧ୍ୟାନ ଦେବାପାଇଁ ସୁବୋଧ ଅଭିଷେକଙ୍କୁ ପରାମର୍ଶ ଦେଇଥିଲେ।
ଜଙ୍ଗଲରୁ ୨୫ଟି ଗାଇଙ୍କ ମୃତଦେହ ମିଳିବାପରେ ଆରମ୍ଭ ହୋଇଥିବା ଏହି ହିଂସା ପରେ ଉଗ୍ର ରୂପ ଧାରଣ କରିବାପରେ ପୁଲିସ୍ ଇନ୍ସପେକ୍ଟର ସୁବୋଧଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୫ ଜଣ ଗିରଫ ହୋଇଥିବାବେଳେ ୪ ଜଣ ଅଟକ ରହିଛନ୍ତି।
from Odisha Reporter https://ift.tt/2KSlFY3
No comments:
Post a Comment