ସତରେ କ’ଣ ଚିକିତ୍ସା ଅବହେଳାରୁ ମରିଗଲେ ଝୁନୁ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ସତରେ କ’ଣ ଚିକିତ୍ସା ଅବହେଳାରୁ ମରିଗଲେ ଝୁନୁ ?

455uuii

କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାୟଳରେ ଡାକ୍ତରଙ୍କ ଅବହେଳାରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଝୁନୁ ମୁଣ୍ଡା। ହେଲେ ଡାକ୍ତର ଏହାକୁ ଅସ୍ୱୀକାର କରିଛନ୍ତି। ଡାକ୍ତରଙ୍କ ମତରେ ମହିଳା ମୃତ୍ୟୁ ଘଟି ସାରିଥିଲା। ଏଣୁ ଡାକ୍ତରଙ୍କ ଆଉ କିଛି କରିବାର ନ ଥିଲା।

ବାଂଶପାଳ ବ୍ଲକ ଶୁଆକାଠି ପଞ୍ଚାୟତର କାଉଁରିକଳା ଗାଁର ଯୋଗେନ୍ଦ୍ର ମୁଣ୍ଡାଙ୍କ ସ୍ତ୍ରୀ ଝୁନୁଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଗତକାଲି ରାତି ପ୍ରାୟ ୧୦ ଟାରେ ପରିବାର ଲୋକେ ଆଶା ଦିଦିଙ୍କୁ ଫୋନ କରିଥିଲେ। ହେଲେ ଆଶା ଦିଦି ତାଙ୍କୁ ସହାୟତା କରିବା ପରିବର୍ତ୍ତେ ଅଟୋ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯିବାକୁ ଯୋଗେନ୍ଦ୍ରଙ୍କୁ କହିଥିଲେ। ଯୋଗେନ୍ଦ୍ର ବହୁ କଷ୍ଟରେ ଅଟୋ ଯୋଗାଡ଼ କରି ରାତି ପ୍ରାୟ ଗୋଟାଏରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ହେଲେ ଅଧଘଣ୍ଟା ପର୍ଯ୍ୟନ୍ତ ଡାକ୍ତରଖାନାରେ ପ୍ରସୂତିଙ୍କ ଚିକିତ୍ସା ହୋଇ ନ ଥିଲା ଫଳରେ ଝୁନୁଙ୍କ ମୃତ୍ୟୁ ହୋଇଥିଲା ବୋଲି ସ୍ୱାମୀ ଅଭିଯୋଗ କରିଛନ୍ତି।

ଅନ୍ୟ ପକ୍ଷରେ ଯୋଗେନ୍ଦ୍ରଙ୍କ ଅଭିଯୋଗକୁ ଡାକ୍ତର ଖଣ୍ଡନ କରିଛନ୍ତି। ଏଠାରେ ପହଞ୍ଚିବା ବେଳକୁ ଝୁନୁ ମୃତ୍ୟୁବରଣ କରି ସାରିଥିଲେ ବୋଲି ଡାକ୍ତର କହିଛନ୍ତି।



from Odisha Reporter https://ift.tt/2QwzrVp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages