
ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ କମରପଦା ନିକଟରେ ଆଜି ସକାଳେ ହାଇୱା ଧକ୍କାରେ ଏକ ବସ୍ ଓଲଟି ପଡ଼ିଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି।
ହାଇୱା ଡ୍ରାଇଭର ଓ ବସ୍ ହେଲ୍ପରଙ୍କ ମୃତ୍ୟୁ ଘଟିଛି। ହାଇୱା ଡ୍ରାଇଭରଙ୍କ ପରିଚୟ ମିଳି ପାରି ନଥିବା ବେଳେ ମୃତ ବସ୍ ହେଲପରଙ୍କ ନାଁ ଜ୍ଞାନ ସାହୁ। ତାଙ୍କ ଘର ନୟାଗଡ଼ରେ ବୋଲି ଜଣାପଡ଼ିଛି।
ଆହତଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଓମ୍ ଶାନ୍ତି ନାମକ ଏହି ଘରୋଇ ବସ୍ରେ ୪୦ରୁ ଅଧିକ ଲୋକ ଭୁବନେଶ୍ୱରର ନୀଳାଦ୍ରି ବିହାର ଅଞ୍ଚଳରୁ ଜଗତସିଂହପୁରର ଶାରଳା ପୀଠ ଓ ଗୋରେଖନାଥ ବାବା ଦର୍ଶନ ପାଇଁ ଯାଉଥିଲେ। ପ୍ରାୟ ୭ଟା ବେଳେ କମରପଦା ନିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ହାଇୱାଟି ବସ୍କୁ ଧକ୍କା ଦେଇଥିଲା। ବସ୍ଟି ରାସ୍ତା କଡ଼ରେ ଓଲଟି ପଡ଼ିଥିବା ବେଳେ ହାଇୱାଟି ରାସ୍ତା ଉପରେ ଓଲଟି ପଡ଼ିଥିଲା।
କିଶୋର ନଗର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା।
from Odisha Reporter http://bit.ly/2AfstuE
No comments:
Post a Comment