
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ଣ୍ଣେନ୍ଦୁ ଶେଖର ମିଶ୍ର। ପୂର୍ବରୁ ଏହି ଦାୟିତ୍ଵରେ ଅବସ୍ଥାପିତ ଥିବା ଉମେଶ ସିଂହ ଗତ ନଭେମ୍ବର ୩୦ରେ ଅବସର ଗ୍ରହଣ କରିଛନ୍ତି।
ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଶ୍ରୀ ମିଶ୍ର ଦକ୍ଷିଣ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଦାୟିତ୍ୱ ତୁଲାଇବେ।
ଶ୍ରୀ ମିଶ୍ର ଜଣେ ଓଡ଼ିଆ ହୋଇଥିବା ବେଳେ ପ୍ରଥମେ ୧୯୮୨ ମସିହାରେ ରେଲୱେ ଟ୍ରାଫିକ୍ ସର୍ଭିସ୍ରେ ଯୋଗ ଦେଇଥିଲେ। ରେଳ ସୁରକ୍ଷା କ୍ଷେତ୍ରଠାରୁ ଆରମ୍ଭ କରି କର୍ପୋରେଟ୍
କମ୍ୟୁନିକେଶନ ତଥା ରେଲୱେ ବୋର୍ଡର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥାଇ ସୁଚାରୁ ରୂପେ ତାଙ୍କର ଦାୟିତ୍ୱ ତୁଲାଇଛନ୍ତି। ପୂର୍ବରୁ ମଧ୍ୟ ଶ୍ରୀ ମିଶ୍ର ପୂର୍ବତଟ ରେଳପଥର ବିଭିନ୍ନ ଉଚ୍ଚ
ପଦପଦବୀରେ କାର୍ଯ୍ୟଭାର ଦକ୍ଷତାର ସହିତ ତୁଲାଇଛନ୍ତି।
from Odisha Reporter https://ift.tt/2QuLORP
No comments:
Post a Comment