
ମୁମ୍ବାଇ: ଦୀପିକା-ରଣବୀରଙ୍କ ରିସେପ୍ସନ୍ ପାର୍ଟିରେ ଷ୍ଟାରମାନେ ଢେର୍ ମଉଜ କରିଛନ୍ତି। ପାର୍ଟିରେ ଦିଶା-ଟାଇଗର୍ ଓ ଅର୍ଜୁନ୍-ମଲାଇକାଙ୍କ ଭଳି ଅନେକ ଷ୍ଟାର କପଲ୍ ନଜର ଆସିଥିଲେ। ରିସେପ୍ସନ୍ ପାର୍ଟିର ଅନେକ ଫଟୋ ଓ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏଥିମଧ୍ୟରେ ଏମିତି କିଛି ଭିଡିଓ ରହିଛି, ଯେଉଁଥିରେ ଟାଇଗର୍ ଶ୍ରଫ୍ ଓ ଦିଶା ପଟାନୀଙ୍କ ରିଅଲ୍ କେମିଷ୍ଟ୍ରି ଦେଖିବାକୁ ମିଳିଛି। ଏହି ଭିଡିଓରେ ଟାଇଗର୍ ନିଜ ଗର୍ଲପ୍ରେଣ୍ଡ୍ ଦିଶା ପଟାନୀଙ୍କ ଗାଉନ୍ ସମ୍ଭାଳୁଥିବା ଦେଖା ଯାଉଛି।
କଥା ହେଉଛି ଟାଇଗର୍-ଦିଶା ଏକାଠି ଫଟୋ ନେବା ପାଇଁ ଛିଡ଼ା ହୋଇଥିଲେ। ଏହି ସମୟରେ ଟାଇଗର୍ ଦିଶାଙ୍କ ଗାଉନ୍କୁ ହାତରେ ଧରିଥିବା ଦେଖିବାକୁ ମିଳିଥିଲା। ତେବେ ସେଠାକୁ କେହି ଜଣେ ଆସିବାରୁ ଟାଇଗର୍ ଖୁବ୍ ଚତୁରତାର ସହ ଗାଉନ୍କୁ ଅନ୍ୟ ଏକ ହାତରେ ଧରି ପକାଇଥିଲେ।
ତେବେ ଦିଶାଙ୍କ ଗାଉନ୍କୁ ସମ୍ଭାଳିବାରେ ଟାଇଗର୍ ଯାବତୀୟ ଚତୁରତା ଅବଲମ୍ବନ କରିଥିଲେ ହେଁ କ୍ୟାମେରା ଲେନ୍ସରେ ଏସବୁ କଏଦ୍ ହୋଇଯାଇଥିଲା। ଏହି ଭିଡିଓ ସୋଶାଲ୍ ମିଡିଆରେ ଏବେ ଖୁବ୍ ଭାଇରାଲ୍ ହେଉଛି।
ସେହିପରି ‘ଦୀପ୍ବୀର୍’ଙ୍କ ପାର୍ଟିରେ ଦିଶାଙ୍କ ସହ ଐଶ୍ୱର୍ଯ୍ୟାଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି, ଯେଉଁଥିରେ ବିଶ୍ୱସୁନ୍ଦରୀ ପଡ଼ୁ ପଡ଼ୁ ବର୍ତ୍ତି ଯାଇଥିବା ଦେଖିବାକୁ ମିଳୁଛି।
କଥା ଏମିତି ଯେ, ଐଶ୍ୱର୍ଯ୍ୟା ନିଜ ପରିବାରର ସହ ଫଟୋ ଶୁଟ୍ କରୁଥିବା ସମୟରେ ଭାରସାମ୍ୟ ହରାଇ ବସିଥିଲେ। ସେହି ସମୟରେ ଚାଙ୍କ ନଣନ୍ଦ ଶ୍ୱେତା ବଚ୍ଚନ ନିଜ ହାତ ଦେଇ ଐଶ୍ୱର୍ଯ୍ୟାଙ୍କୁ ସମ୍ଭାଳି ନେଇଥିଲେ।
View this post on Instagram
from Odisha Reporter https://ift.tt/2SohCFc
@deepikapadukone @ranveersingh #deepikapadukone #ranveersingh #dishapatani #tigershroff #deepveer #deepveerkishaadi #royalcouple #fabcouple #bollywoodqueen #bollywoodking #bollywoodreception #bollywoodactoractress #bollywoodmovies #bollywoodcelebrity #bollywoodactor #bollywoodlovers #bollywoodbeauty #bollywoodstars #bollywoodfashion #bollywoodcinema #bollywoodqueen #bollywoodnews #bollywoodlife #bollywoodking #bollywood #bollynius
WELCOME TO MY
BOLLY
05.03.16
No comments:
Post a Comment