
ଭୋପାଲ୍: ଦୀର୍ଘ ୧୫ ବର୍ଷ ହେଲା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ବିଜେପି ନେତା ଶିବରାଜ ସିଂହ ଚୌହାନ ଗତ ବିଧାନସଭା ନିର୍ବାଚନରେ କ୍ଷମତାଚ୍ୟୁତ ହୋଇଛନ୍ତି। ତେବେ ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ଷମତାରେ ନଥିଲେ ମଧ୍ୟ ତାଙ୍କର ନିଆରା ଶୈଳୀ ଯୋଗୁ ନିଜର ଲୋକପ୍ରିୟତା ବଜାୟ ରଖିଛନ୍ତି। ସେ ବଲିଉଡ୍ ଦବଙ୍ଗ ବୟ ସଲମାନ ଖାନ୍ଙ୍କ ସୁପରହିଟ ଫିଲ୍ମର ଡାଇଲଗ ଶୁଣାଇ କହିଛନ୍ତି ‘ଟାଇଗର ଅଭି ଜିନ୍ଦା ହୈ’।
ବିଜେପି ମଧ୍ୟପ୍ରଦେଶରେ କ୍ଷମତାଚ୍ୟୁତ ହୋଇଥିଲେ ହେଁ ଶିବରାଜ ସିଂହ ଚୌହାନ ବୁଧିନ ନିର୍ବାଚନ ମଣ୍ଡଳୀରୁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। କଂଗ୍ରେସ କ୍ଷମତାରେ ଥିବାରୁ ବୁଧିନବାସୀଙ୍କ ପାଇଁ ସରକାର ଅନ୍ୟାୟ କରିବେ ବୋଲି ଲୋକଙ୍କ ମନରେ ଆଶଙ୍କା ପ୍ରକାଶ ପାଇଛି। ଲୋକଙ୍କର ଏହି ଆଶଙ୍କାକୁ ଦୂର କରିବାକୁ ଯାଇ ଶିବରାଜ ସିଂହ କହିଛନ୍ତି, “ ବୁଧିନବାସୀ କିମ୍ବା ମଧ୍ୟପ୍ରଦେଶର ନାଗରିକମାନେ ସେମାନଙ୍କ ସହ ଆଗକୁ କ’ଣ ହେବ, ସେକଥା ଭାବି ଚିନ୍ତିତ ହୁଅନ୍ତୁ ନାହିଁ। କାରଣ ଟାଇଗର ଅଭି ଜିନ୍ଦା ହୈ। ଏ ଟାଇଗର ସର୍ବଦା ଲୋକଙ୍କ ପାଇଁ ରହିବ।”
ସର୍ବଦା ବଲିଉଡ୍ ଫିଲ୍ମରୁ ଡାଇଲଗ ବା ଗୀତକୁ ଉଦ୍ଧାର କରି ଚର୍ଚ୍ଚାରେ ରହୁଥିବା ଶିବରାଜଙ୍କ ଏହି ଟାଇଗର ମନ୍ତବ୍ୟ ସମଗ୍ର ଦେଶରେ ଆଲୋଚନାର ବିଷୟ ହୋଇଛି।
ଏହାପୂର୍ବରୁ ନିର୍ବାଚନ ପ୍ରଚାର ବେଳେ ଶିବରାଜ ‘ତୁମ ତୋ ଠେହରେ ପଦଦେଶୀ, ସାଥ କ୍ୟା ନିଭାଓଗେ” ବୋଲି କହି ବିରୋଧୀଙ୍କୁ କଟାକ୍ଷ କରିଥିଲେ।
from Odisha Reporter https://ift.tt/2Bwxu1T
No comments:
Post a Comment