
ମୁମ୍ବାଇ(ଓଡ଼ିଶା ରିପୋର୍ଟର): ରଣବୀର ସିଂହ ହେଉଛନ୍ତି ବଲିଉଡ୍ର ମୋଷ୍ଟ ଷ୍ଟାଇଲିଶ୍ ସୁପରଷ୍ଟାର। ଅନ୍ୟ ଅଭିନେତାଙ୍କୁ ପଛରେ ପକାଇ ସେ ଏହି ସ୍ଥାନ ହାସଲ୍ କରିଛନ୍ତି। ଲୋକମତ ମୋଷ୍ଟ ଷ୍ଟାଇଲିସ୍ ଆଓ୍ୱାର୍ଡ କାର୍ଯ୍ୟକ୍ରମରେ ତାଙ୍କୁ ମିଳିଛି ଏହି ସମ୍ମାନ।
ଗତକାଲି ମୁମ୍ବାଇରେ ଲୋକମତ ମୋଷ୍ଟ ଷ୍ଟାଇଲିଶ୍ ଆଓ୍ୱାର୍ଡ ୨୦୧୮ ଅନୁଷ୍ଠିତ ହୋଇଥିଲା। ବଲିଉଡ ଏବଂ ମରାଠି ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ଷ୍ଟାର ଏହି ଅବସରରେ ଏକାଠି ହୋଇଥିଲେ। ରଣବୀର ସିଂ, ଜାହ୍ନବୀ କପୁର, ଭୂମୀ ପେଡନାକରଙ୍କ ଉପସ୍ଥିତି ଦର୍ଶକଙ୍କ ମନମୋହିଥିଲା। ମୁମ୍ବାଇରେ ଆୟୋଜିତ ଏହି ଆଓ୍ୱାର୍ଡ କାର୍ଯ୍ୟକ୍ରମରେ ସାରା ଅଲ୍ଲୀ ଖାନ୍, ରାଜକୁମାର ରାଓ ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ମୋଷ୍ଟ ଷ୍ଟାଇଲିଶ୍ ସୁପରଷ୍ଟାର ଆଓ୍ୱାର୍ଡ ରଣବୀର ସିଂହ, ମୋଷ୍ଟ ଷ୍ଟାଇଲିସ୍ ରାଇଜିଙ୍ଗ ଷ୍ଟାର ଭୂମୀ ପେଡନାକର, ମୋଷ୍ଟ ଷ୍ଟାଇଲିସ୍ ଗ୍ଲାମରିୟସ ଆଇକନ୍ କ୍ୟାଟ୍ରିନା କୈଫ୍, ମୋଷ୍ଟ ଷ୍ଟାଇଲିସ୍ ୟୁଥ୍ ଆଇକନ୍ ତାପସୀ ପନୁ, ମୋଷ୍ଟ ଷ୍ଟାଇଲିସ୍ ଡେବୁଟାଣ୍ଟ ଜାହ୍ନବୀ କପୁର, ମୋଷ୍ଟ ଷ୍ଟାଇଲିସ୍ ସିଙ୍ଗର ଭାବେ ସୋନୁ ନିଗମଙ୍କୁ ଆଓ୍ୱାର୍ଡ ପ୍ରଦାନ କରାଯାଇଛି।

from Odisha Reporter https://ift.tt/2EEYrnR
No comments:
Post a Comment