ଓମାନ୍‌ରେ ଫସିଛନ୍ତି ୧୭ ଓଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ଓମାନ୍‌ରେ ଫସିଛନ୍ତି ୧୭ ଓଡ଼ିଆ

berhampur

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବିଦେଶରେ ପୁଣି ଥରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ। କାମ କରିବାକୁ ଯାଇ ଓଡ଼ିଶାର ୧୭ ଜଣ ଶ୍ରମିକ ଓମାନ୍‌ରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଗଞ୍ଜାମ ଜିଲ୍ଲାର ଆସିକା, କୋଦଳା ଓ ଛତ୍ରପୁରରୁ ହୋଇଥିବା ବେଳେ ଆଉ ୯ ଜଣ ଭୁବନେଶ୍ୱର ଓ ବାଲେଶ୍ୱରର ବୋଲି ଜଣାପଡ଼ିଛି।

ଏହି ଶ୍ରମିକମାନେ ଭୁବନେଶ୍ୱରର ଏକ ଘରୋଇ ସଂସ୍ଥାର ସହଯୋଗରେ ସେଠାକୁ କାମ କରିବାକୁ ଯାଇଥିଲେ। ସେଠାରେ ସେମାନେ ଜେ ଆଣ୍ଡ ପି କମ୍ପାନୀରେ କାମ କରୁଥିଲେ। ହେଲେ କିଛି ମାସ ହେବ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ଭଲ ଭାବେ ଖାଇବାକୁ ଦେଉ ନଥିବା ବେଳେ ଚିକିତ୍ସା ସୁବିଧା ବି ଦେଉ ନାହାନ୍ତି। ଏମିତିକି କମ୍ପାନୀ ୫ ମାସ ହେବ ଶ୍ରମିକଙ୍କୁ ଦରମା ଦେଇ ନାହିଁ। ଏଥିସହ ସେମାନଙ୍କୁ ପାସପୋର୍ଟ ଓ ଭିସା ବି ଫେରାଉ ନାହାନ୍ତି। ତେଣୁ  ସମସ୍ତ ଶ୍ରମିକ ଏକତ୍ରିତ ହୋଇ  କମ୍ପାନୀ ସମ୍ମୁଖରେ ଧାରଣା ଦେଇଥିଲେ। ମସ୍କଟ୍ ପୁଲିସ୍‌ ଶ୍ରମିକମାନଙ୍କୁ ବୁଝାସୁଝା କରିଛି।

କେବଳ ଓଡ଼ିଶା ଶ୍ରମିକ ନୁହନ୍ତି, ସେଠାରେ ଉତ୍ତରପ୍ରଦେଶ, ବିହାର, ପଞ୍ଜାବ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ୱେଷ୍ଟବେଙ୍ଗଲର ୧୨ ଶହ ଶ୍ରମିକ ଫସି ରହିଛନ୍ତି।



from Odisha Reporter https://ift.tt/2ryUJnm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages