ଇଣ୍ଟର୍ଭ୍ୟୁରୁ ପ୍ରେମ ଓ ପରେ ବିବାହ, ଏମିତି ଥିଲା ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ଲଭ୍‌ଷ୍ଟୋରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ଇଣ୍ଟର୍ଭ୍ୟୁରୁ ପ୍ରେମ ଓ ପରେ ବିବାହ, ଏମିତି ଥିଲା ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ଲଭ୍‌ଷ୍ଟୋରୀ

ମୁମ୍ୱାଇ:ସାଉଥ୍‌ରେ ଭଗବାନ ଭାବରେ ପୂଜା ପାଉଥିବା ସୁପରଷ୍ଟାର୍‌ ରଜନୀକାନ୍ତଙ୍କର ଆଜି ହେଉଛି ୬୮ ତମ ଜନ୍ମଦିନ। ସେ ୧୯୫୦ ମସିହା ଡିସେମ୍ୱର ୧୨ ତାରିଖରେ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ହେଉଛି, ଶିବାଜୀ ରାଓ ଗାଏକ୍‌ୱାର୍ଡ। ତେବେ ଅଭିନୟର ଯାଦୁ ତାଙ୍କୁ ରଜନୀକାନ୍ତ ନାମରେ ପରିଚିତ କରାଇଛି। ଅଭିନୟ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ସେ ବେଙ୍ଗାଲୋର୍‌ର ଟ୍ରାନ୍ସପୋର୍ଟ ସର୍ଭିସ୍‌ରେ ବସ୍‌ କଣ୍ଡକ୍ଟର ଭାବରେ କାର୍ଯ୍ୟ କରୁଥିଲେ। ଏହା ପରେ ସେ ମାଡ୍ରାସ୍‌ ଫିଲ୍ମ ଇନ୍‌ଷ୍ଟିଟ୍ୟୁଟ୍‌ ଜରିଆରେ ଅଭିନୟ ଜଗତରେ ପାଦ ଦେଇଥିଲେ। ରଜନୀକାନ୍ତଙ୍କର ଅଭିନୟର ଯାଦୁ କେବଳ ସାଉଥ୍‌ରେ ନୁହେଁ, ସାରା ଦେଶରେ ଛାଇ ହୋଇ ରହିଛି।

ବଲିଉଡ୍‌ରେ ମଧ୍ୟ ସେ ଅନେକ ହିଟ୍‌ ଫିଲ୍ମ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ବିଷୟରେ କିଛି ଅଜଣା କଥା। ରଜନୀକାନ୍ତ ୧୯୮୧ ମସିହାରେ ଲତା ରଙ୍ଗାଚାରୀଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ବିବାହକୁ ବର୍ତ୍ତମାନ ୩୭ ବର୍ଷ ବିତି ସାରିଛି। ଦୁହିଁଙ୍କ ସମ୍ପର୍କର ଆରମ୍ଭ ପୂର୍ବରୁ କିଛି ଏପରି ଘଟଣା ହୋଇଥିଲା। ଯାହା ପାଇଁ ଲତା ରଜନୀକାନ୍ତଙ୍କୁ ଭଲ ପାଇ ବସିଥିଲେ।

କୁହାଯାଏ ଲତାଙ୍କୁ ବିବାହ କରିବା ପୂର୍ବରୁ ରଜନୀକାନ୍ତ ବାଲାଚନ୍ଦରର ତାମିଲ୍‌ ଫିଲ୍ମ ‘ଥିଲ୍ଲୁ ମଲ୍ଲୁ’ର ସୁଟିଙ୍ଗ୍‌ କରୁଥିଲେ। ୧୯୭୯ରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ଗୋଲ୍‌ମାଲ୍‌ର ଏହା ରିମେକ୍‌ ଥିଲା। ଏହା ଥିଲା ରଜନୀକାନ୍ତଙ୍କ ପ୍ରଥମ କମେଡି ଫିଲ୍ମ।ଏହି ଫିଲ୍ମର ସୁଟିଙ୍ଗ୍‌ ଚାଲୁଥିବା ସମୟରେ ରଜନୀକାନ୍ତଙ୍କୁ ଏକ କଲେଜ୍‌ ମାଗାଜିନ୍‌ରେ ସାକ୍ଷାତକାର ଦେବା ପାଇଁ ଅନୁରୋଧ ମିଳିଥିଲା। କୌତୁହଳର କଥା ହେଉଛି କଲେଜ୍‌ ପକ୍ଷରୁ ଯେଉଁ ମହିଳା ରଜନୀକାନ୍ତଙ୍କ ସାକ୍ଷାତକାର ନେଇଥିଲେ, ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଲଥା ରଙ୍ଗାଚାରୀ।

ପ୍ରଥମ ଦେଖାରେ ହିଁ ଲଥାଙ୍କୁ ଦେଖି ରଜନୀକାନ୍ତ ଭଲ ପାଇ ବସିଥିଲେ। ଇଣ୍ଟର୍ଭ୍ୟୁ ସରିବା ପରେ ହିଁ ରଜନୀକାନ୍ତ ଲଥାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ରଜନୀକାନ୍ତଙ୍କ ପ୍ରସ୍ତାବ ଶୁଣି ଲଥା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସତ, ପରେ କିନ୍ତୁ ସେ ତାଙ୍କ ବାପା ମା’ ଙ୍କ ସହିତ କଥା ହେବା ପାଇଁ ରଜନୀକାନ୍ତଙ୍କୁ କହିଥିଲେ। ଏହାପରେ ୨୬ ଫେବୃଆରୀ ୧୯୮୧ ମସିହାରେ ଦୁହିଁଙ୍କର ବିବାହ ହୋଇଥିଲା। ରଜନୀକାନ୍ତଙ୍କୁ ୬୭ ବର୍ଷ ହୋଇଥିଲେ ମଧ୍ୟ ସେ ନିଜଠାରୁ ଅଧା ବୟସର ଅଭିନେତ୍ରୀଙ୍କ ସହିତ ମୁଖ୍ୟ ଚରିତ୍ରରେ ଅଭିନୟ କରିଥାନ୍ତି। କିନ୍ତୁ ସାଧାରଣ ଜୀବନରେ ସେ କେବେ ହେଲେ ନିଜ ବୟସ ଲୁଚାଇବାକୁ ଚେଷ୍ଟା କରନ୍ତି ନାହିଁ। ସଭା ହେଉ କିମ୍ୱା ଫିଲ୍ମ ରିଲିଜ୍‌ ସେ ବିନା ମେକଅପ୍‌ରେ ହିଁ ଯାଇଥାନ୍ତି।



from Odisha Reporter https://ift.tt/2Gbtx89

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages