ସମ୍ପତ୍ତି ତାଲିକା: ୩ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଶୁଝିପାରୁନାହାନ୍ତି ୧୫ଲକ୍ଷ ଟଙ୍କାର ଋଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ସମ୍ପତ୍ତି ତାଲିକା: ୩ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଶୁଝିପାରୁନାହାନ୍ତି ୧୫ଲକ୍ଷ ଟଙ୍କାର ଋଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣମାଧ୍ୟମରେ ସମାଲୋଚନା ପ୍ରକାଶ ପାଇବା ପରେ ବହୁ ବିଳମ୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିପରିଷଦ ସହଯୋଗୀଙ୍କ ବାର୍ଷିକ ସମ୍ପତ୍ତି ତାଲିକା ସାର୍ବଜନୀନ ହୋଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏହି ସମ୍ପତ୍ତି ତାଲିକାକୁ ଦେଖିଲେ, ଏହା କେବଳ ଏକ ପ୍ରହସନ ବୋଲି ଯେକେହି ସହଜରେ ବୁଝିପାରିବ। ଅଗଷ୍ଟ ମାସ ଶେଷ ସୁଦ୍ଧା ସମସ୍ତ ମନ୍ତ୍ରୀ ନିଜ ନିଜର ସମ୍ପତ୍ତି ତାଲିକା ଦେଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏହାକୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଚପାଇ ରଖିବା ପଛରେ କ’ଣ ରହସ୍ୟ ଥିଲା ତାକୁ ନେଇ ଚର୍ଚ୍ଚା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ସମସ୍ତ ମନ୍ତ୍ରୀଙ୍କ ସମ୍ପତ୍ତି ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ୨୦୧୭-୧୮ ଆର୍ଥିକ ବର୍ଷରେ ମାତ୍ର ୨ରୁ ୨୦ଲକ୍ଷ ଟଙ୍କା ଭିତରେ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ ଏପର୍ଯ୍ୟନ୍ତ ୧୫ଲକ୍ଷ ଟଙ୍କାର ଋଣ ଶୁଝିବାରେ ସକ୍ଷମ ହୋଇନାହାନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସମ୍ପତ୍ତି ତାଲିକା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତି ୨୦୧୬-୧୭ରେ ମୋଟ ପ୍ରାୟ ୪୯.୨୧ କୋଟି ଟଙ୍କା ଥିବାବେଳେ ୨୦୧୭-୧୮ରେ ଏହା ମାତ୍ର ୨ଲକ୍ଷ ୮୨ହଜାର ଟଙ୍କା ବୃଦ୍ଧି ପାଇଛି। ୨୦୧୫ ମାର୍ଚ୍ଚ ୯ରୁ ନିଜ ଭଉଣୀ ଗୀତା ମେହେଟ୍ଟାଙ୍କଠୁ ନବୀନ ନେଇଥିବା ୧୫ଲକ୍ଷ ଟଙ୍କାର ଋଣକୁ ଏବେସୁଦ୍ଧା ଶୁଝି ନଥିବା ଜଣାପଡ଼ିଛି।
ସେହିପରି କୃଷି ଓ ପଞ୍ଚାୟତିରାଜ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସମ୍ପତ୍ତି ପ୍ରାୟ ୨୦ଲକ୍ଷ ଟଙ୍କା ବୃଦ୍ଧି ପାଇଛି ।୨୦୧୭-୧୮ରେ ମହାରଥୀଙ୍କ ମୋଟ ସମ୍ପତ୍ତି ୨.୪୩ କୋଟି ଟଙ୍କା ଥିବାବେଳେ ସେ ସୁନା କିଣିବା ଯୋଗୁ ତାଙ୍କ ସମ୍ପତ୍ତି ବଢ଼ିଥିବା ଦର୍ଶାଇଛନ୍ତି।

ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପତ୍ତି ପୂର୍ବବର୍ଷ ୫.୨୨ କୋଟି ଟଙ୍କା ଥିବାବେଳେ ୨୦୧୭-୧୮ ଆର୍ଥିକ ବର୍ଷରେ ଏହା ୫.୩୮କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ସମ୍ପତ୍ତିରେ ଟଙ୍କାଟିଏ ବି ବୃଦ୍ଧି ହୋଇନି। ୨୦୧୬-୧୭ରେ ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୪.୨୨ କୋଟି ଟଙ୍କା ଥିବାବେଳେ ୨୦୧୭-୧୮ରେ ଏହା ଅପରିବର୍ତ୍ତିତ ରହିଛି।



from Odisha Reporter http://bit.ly/2GI7Qgk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages