
ପୁରୀ(ଓଡ଼ିଶା ରିପୋର୍ଟର): ସେବାୟତ ଓ ପୁଲିସ ମଧ୍ୟରେ ବିବାଦ ଲାଗିଲା। ଏଥିପାଇଁ ୧୪ ଘଣ୍ଟା ଅପୂଜା ଓ ଅଖିଆ ରହିଲେ ମହାପ୍ରଭୁ। ଯାହାକୁ ନେଇ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଘଟଣା କେବଳ ଗତକାଲି ଘଟିନାହିଁ। ଶ୍ରୀମନ୍ଦିରରେ ଏଭଳି ବାରମ୍ୱାର ଘଟୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କର ଚେତା ପଶୁନି। ଏହାର ସ୍ଥାୟୀ ସମାଧାନ କରାଯାଇପାରୁ ନାହିଁ। ତେବେ ଶ୍ରୀମନ୍ଦିରରେ ନୀତିକାନ୍ତି ନେଇ ଗତକାଲିର ବିଭ୍ରାଟ ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ।
ସେ କହିଛନ୍ତି-“ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କର। ୧୯୬୦ ଠାରୁ ଏହି ଦାୟିତ୍ୱ ଗଜପତିଙ୍କଠାରୁ ନିଆଯାଇଛି। ଗଜପତିଙ୍କ ସମୟରେ ସେବା ଓ ରାଜକାର୍ଯ୍ୟ ଶୀର୍ଷରେ ଥିଲା। ଗଜପତି ନିଜେ ମହାପ୍ରଭୁଙ୍କ ସେବାରେ ସମର୍ପିତ ଥିଲେ। ସେହି ପରମ୍ପରାକୁ ଏବେ ସ୍ମରଣ କରିବା ବାଞ୍ଛନୀୟ।”
ଗତକାଲି ବିଭ୍ରାଟ୍କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି-“ନୀତି ବିଭ୍ରାଟର ତଦନ୍ତ ହୋଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସେବାୟତମାନଙ୍କ ୨ଟି ଦାବି ଗ୍ରହଣୀୟ ନୁହେଁ। ଏସ୍ପିଙ୍କ ବଦଳି ଓ ଗତ ଅକ୍ଟୋବର ୩ ତାରିଖରେ ଧାଡ଼ି ଦର୍ଶନକୁ ବିରୋଧ କରି ହୋଇଥିବା ହିଂସାକାଣ୍ଡ ମାମଲା ପ୍ରତ୍ୟାହାର ଦାବି ଗ୍ରହଣୀୟ ନୁହେଁ। ଏଭଳି ବିଶୃଙ୍ଖଳା ଆଉ ନ କରିବା ପାଇଁ ତାଗିଦ କରାଯାଇଛି। ସେବା କାର୍ଯ୍ୟ ଆମର ନୁହେଁ। ସେବକମାନେ ଯତ୍ନବାନ ହେବା ଉଚିତ୍।”
from Odisha Reporter http://bit.ly/2RqCvCU
No comments:
Post a Comment