
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):୨୦୧୧ ବହୁଚର୍ଚ୍ଚିତ ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ପ୍ରମାଣ ଅଭାବରୁ ଅଭିଯୁକ୍ତ ୨ ଭାଇ ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍।
୨୦୧୧ରେ ପିପିଲିର ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଦୀର୍ଘଦିନ କୋମାରେ ରହିବା ପରେ ସେ ୨୦୧୨ ଜୁନ୍ ୨୧ ତାରିଖରେ କଟକ ବଡ଼ ମେଡ଼ିକାଲ୍ରେ ଆଖି ବୁଜିଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଅଭିଯୁକ୍ତଙ୍କୁ କଠୋର ଶାସ୍ତି ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନ ହୋଇଥିଲା। କୁଜିନେତାଙ୍କଠାରୁ ବଡ଼ ରାଜନେତା ଏଥିରେ ସମ୍ପୃକ୍ତ ଥିବା ଆଲୋଚନା ହେଉଥିଲା।
ଏହି ଘଟଣାର ତଦନ୍ତ କରି ଜଷ୍ଟିସ୍ ପି.କେ.ମହାନ୍ତି କମିଶନ ୨୦୧୬ ମାର୍ଚ୍ଚ ୩୦ ତାରିଖରେ ସରକାରଙ୍କୁ ରିପୋର୍ଟ ଦେଇଥିଲେ। ଏହି ମାମଲାରେ ପିପିଲିର ତତ୍କାଳୀନ ଆଇଆଇସି ଅମୂଲ୍ୟ ଚମ୍ପତିରାୟଙ୍କୁ ବରଖାସ୍ତ କରାଯାଇଥିଲା। ମାତ୍ର ପରେ ସେ ଏହିଁ ମାମଲାରୁ ବର୍ତ୍ତି ଯାଇଥିଲେ।
from Odisha Reporter http://bit.ly/2rRX5xN
No comments:
Post a Comment