
ଇସଲାମାବାଦ୍: ସୋମବାର ପାକିସ୍ତାନ ଦୁର୍ନୀତି ନିରୋଧ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ଶରିଫ୍ଙ୍କୁ ୭ ବର୍ଷର ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଅଲ୍ ଅଜିଜିଆ ଷ୍ଟିଲ ମିଲ୍ ଦୁର୍ନୀତିରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବାବେଳେ ପାନାମା ପେପର୍ସ ଦୁର୍ନୀତିରେ ମଧ୍ୟ ତାଙ୍କ ସମ୍ପୃକ୍ତି ପ୍ରମାଣିତ ହୋଇଛି।
ଜଷ୍ଟିସ୍ ମହମ୍ମଦ ଅର୍ସାଦ୍ ମାଲିକ୍ ଗତ ସପ୍ତାହରେ ରାୟ ସ୍ଥଗିତ ରଖିବା ପରେ ଆଜି ଏହି ଦୁଇ ମାମଲାର ଶୁଣାଣି କରିଛନ୍ତି। ଏହି ଶୁଣାଣି ସମୟରେ ଶରିଫ୍ କୋର୍ଟରେ ର୍ହି ଉପସ୍ଥିତ ଥିଲେ।
ଏହି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଚାଲିଥିବା ଶୁଣାଣି ପାଇଁ ସୋମବାରକୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ ପକ୍ଷରୁ ୨୦୧୭ ମସିହା ସେପ୍ଟେମ୍ବର ୮ ତାରିଖରେ ଆଭେନ୍ଫିଲ୍ଡ ସମ୍ପତ୍ତି ମାମଲା, ଫ୍ଲାଗଶିପ୍ ଇନ୍ଭେଷ୍ଟମେଣ୍ଟ ଏବଂ ଅଲ୍ ଅଜିଜିଆ ଷ୍ଟିଲ୍ ମିଲ୍ସ ଆଦି ୩ଟି ମାମଲାର ତଦନ୍ତ ଆରମ୍ଭ କରିଥିଲା।
ଜୁଲାଇ ୨୦୧୮ରେ ଶରିଫ୍, ତାଙ୍କ ଝିଅ ମାରିଅମ୍ ଏବଂ ତାଙ୍କ ଜ୍ୱାଇଁ ମହମ୍ମଦ ସଫ୍ଦାରଙ୍କୁ ୧୧ ବର୍ଷର ଜେଲ୍ ଦଣ୍ଡାଦେଶ ହୋଇଥିଲା।
from Odisha Reporter http://bit.ly/2GFIoIm
No comments:
Post a Comment