ପୁଣି ଏକ ଟାଇଟଲ ଜିତିଲେ ଧୋନି, ଜାଣନ୍ତୁ ଏଥର କେଉଁଥିରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ପୁଣି ଏକ ଟାଇଟଲ ଜିତିଲେ ଧୋନି, ଜାଣନ୍ତୁ ଏଥର କେଉଁଥିରେ

ରାଞ୍ଚି: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କ୍ରିକେଟରୁ ଦୂରେଇ ରହିଥିଲେ ହେଁ ଚର୍ଚ୍ଚାରୁ ଦୂରେଇ ନାହାନ୍ତି। ସେ କ୍ରିକେଟ୍‌ ନୁହେଁ ବରଂ ଟେନିସରେ କମାଲ ଦେଖାଇ ଚାମ୍ପିୟନ ହୋଇଛନ୍ତି।

କ୍ରିକେଟ୍‌ରେ ଅନେକ ଥର ଟ୍ରଫି ଜିତିଥିବା ଧୋନି ଏଥର ଜେଏସ୍‌ସିଏ କଣ୍ଟ୍ରୀ କ୍ରିକେଟ୍‌ କ୍ଲବ ଟେନିସ୍ ଚାମ୍ପିୟନଶିପ୍‌ରେ ବିଜୟୀ ହୋଇଛନ୍ତି। ଧୋନି ପୁରୁଷ ଡବଲ୍‌ରେ ଭାଗ ନେଇଥିଲେ। ଏଥିରେ ଧୋନିଙ୍କ ପାର୍ଟନର ଥିଲେ ସ୍ଥାନୀୟ ଅଞ୍ଚଳ ସୁମିତ କୁମାର ନାମକ ଜଣେ ଖେଳାଳି। ତେବେ ଧୋନି ଓ ସୁମିତ ଯୋଡ଼ି ଫାଇନାଲ୍‌ରେ ସିଧାସଳଖ ୬-୩ ଓ ୬-୩ରେ ଜିତି ଟ୍ରଫି ହାତେଇଛନ୍ତି।

ଯାହାକୁ ନେଇ ସୋଶାଲ୍‌ ମିଡିଆରେ ଧୋନିଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।

୨୦୧୮ରେ ଧୋନି କ୍ରିକେଟରେ ଆଦୌ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ଏଥିପାଇଁ ତାଙ୍କୁ ୱେଷ୍ଟଇଣ୍ଡିଜ୍‌ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ରୁ ବାଦ ଦିଆଯାଇଥିଲା। କ୍ରିକେଟରୁ ଛୁଟି ପାଇଥିବା ଧୋନି ସର୍ବଦା ଫୁଟବଲ୍‌ ଖେଳି ଚର୍ଚ୍ଚାରେ ରହୁଥିଲେ। କିନ୍ତୁ ପ୍ରଥମଥର ଧୋନି ଟେନିସ୍ ଖେଳି ନିଜର ଯାଦ ଦେଖାଇଛନ୍ତି।



from Odisha Reporter https://ift.tt/2Rs4Bue

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages