ଛାଡ଼ପତ୍ର ନେବାର ଦୁଇ ବର୍ଷ ପରେ ମଲାଇକା ଉଠାଇଲେ ଏହି ପଦକ୍ଷେପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ଛାଡ଼ପତ୍ର ନେବାର ଦୁଇ ବର୍ଷ ପରେ ମଲାଇକା ଉଠାଇଲେ ଏହି ପଦକ୍ଷେପ

ମୁମ୍ବାଇ : ବଲ୍ଲିଉଡ୍‌ ବଦ୍‌ନାମ୍‌ ମୁନ୍ନୀଙ୍କୁ ଚର୍ଚ୍ଚାରେ ରହିବା ବେଶ୍‌ ଭଲ ଭାବେ ମାଲୁମ୍‌। ସେ ଠୁମ୍‌କା ଲଗାଇବା ହେଉକି ନିଜ ବ୍ୟକ୍ତିଗତ ଜୀବନକୁ ନେଇ । ସବୁଥିରେ ସେ ଚର୍ଚ୍ଚାରେ। ୨୦୧୬ ମସିହାରେ ଅର୍‌ବାଜ୍‌ ଖାନ୍‌ଙ୍କଠାରୁ ଅଲଗା ହେବା ପରେ ଏବେ ମଲ୍ଲାଇକା ଆରୋରା ଅଭିନେତା ଅର୍ଜୁନ କପୁରଙ୍କ ସହ ପ୍ରେମ ସମ୍ପର୍କରେ ରହିଥିବା ନେଇ ଚର୍ଚ୍ଚା ହେଉଛି।

ଏ ଖବରରେ କେତେ ସତ୍ୟତା ରହିଛି, ତାହା ଜଣାପଡ଼ି ନ ଥିବା ବେଳେ ବିଭିନ୍ନ ସମୟରେ ଦୁହିଁଙ୍କୁ ଏକାଠି ସମୟ ବିତାଉଥିବା ଦେଖାଯାଉଛି। ଦୁହେଁ ଆସନ୍ତା ବର୍ଷ ବିବାହ କରିବେ ବୋଲି ମଧ୍ୟ ଖବର ମିଳିଥିବା ବେଳେ ଏବେ ମଲାଇକା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି।

ସୂଚନା ମୁତାବକ, ମଲାଇକା ଏବଂ ଅର୍‌ବାଜଙ୍କ ଛାଡ଼ପତ୍ରକୁ  ଦୁଇ ବର୍ଷ ହୋଇ ଯାଇଥିବା ବେଳେ ମଲାଇକା ନିଜ ନାଁରୁ ଖାନ୍‌ ହଟାଇ ନ ଥିଲେ। କିନ୍ତୁ ଏବେ ଦୁଇ ବର୍ଷ ପରେ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରୁ ଖାନ୍‌ ଟାଇଟେଲ ହଟାଇ ଦେଇଛନ୍ତି।

ପୂର୍ବରୁ ତାଙ୍କ ଇନ୍‌ଷ୍ଟା ହ୍ୟାଣ୍ଡେଲରେ ତାଙ୍କ ନାଁ ମଲ୍ଲାଇକା ଆରୋରା ଖାନ୍‌ ରହିଥିବା ବେଳେ ଏବେ ତାଙ୍କ ଆକାଉଣ୍ଟର ନାଁ ମଲ୍ଲାଇକା ଆରୋରା ଥିବା ଦେଖାଯାଇଛି। ମଲ୍ଲାଇକାଙ୍କ ଏପରି ପଦକ୍ଷପ ଅର୍ଜୁନ ଏବଂ ତାଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କର ଖବରକୁ ସତ ବୋଲି ଭାବିବାକୁ କିଛି ମାତ୍ରାରେ ବାଧ୍ୟ କରୁଛି ବୋଲି ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2KJerp4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages