ରିଲିଜ୍‌ ହେଲା ‘ଏକ୍‌ ଲଡ୍‌କି କୋ ଦେଖା ତୋ ଐସା ଲଗା’ର ଟ୍ରେଲର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ରିଲିଜ୍‌ ହେଲା ‘ଏକ୍‌ ଲଡ୍‌କି କୋ ଦେଖା ତୋ ଐସା ଲଗା’ର ଟ୍ରେଲର୍

ମୁମ୍ବାଇ: ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ୍‌ ଶେୟାର୍‌ କରୁଛନ୍ତି ଅନୀଲ୍‌ କପୁର୍‌ ଓ ତାଙ୍କ ଝିଅ ସୋନମ୍‌ କପୁର୍‌। ବାପ-ଝିଅ ଅଭିନୀତ ବିଧୁ ବିନୋଦ ଚୋପ୍ରାଙ୍କ ଅପ୍‌କମିଂ ବଳିଉଡ୍‌ ମୁଭି ‘ଏକ୍ ଲଡ୍‌କିକୋ ଦେଖା ତୋ ଐସା ଲଗା’ର ଟ୍ରେଲର୍‌ ଏବେ ରିଲିଜ୍‌ ହୋଇଛି।

ଅନିଲ ଓ ସୋନମ୍‌ କପୁର୍‌ଙ୍କ ବ୍ୟତୀତ ଏଥିରେ ରାଜ୍‌ କୁମାର ରାଓ ଓ ଜୁହି ଚାୱାଲା ପ୍ରମୁଖ ଅଛନ୍ତି। ନିର୍ଦ୍ଦେଶକ ଶେଲୀ ଚୋପ୍ରା ଧର୍‌ ଏହି ଫିଲ୍ମରେ ନିଜ ନିର୍ଦ୍ଦେଶନା କ୍ୟାରିଅର୍‌ର ଡେବ୍ୟୁ କରିଛନ୍ତି।

୨ ମିନିଟ୍‌ ୩୪ ସେକେଣ୍ଡ୍‌ର ଏହି ଟ୍ରେଲର୍‌ରେ ଫିଲ୍ମର କାହାଣୀ ଆରମ୍ଭ ହୋଇଛି ଏକ ପଞ୍ଜାବୀ ପରିବାରର ଝିଅ ସ୍ୱିଟି( ସୋନମ କପୁର)ର ବିବାହ ପାଇଁ ବର ଖୋଜା ଚିନ୍ତାରୁ। ଝିଅର ବାପା (ଅନିଲ କପୁର୍) ଏକ ଭଲ ପିଲା ସହ ନିଜ ଝିଅର ବିବାହ କରିବାକୁ ଚାହୁଁଛନ୍ତି। ହେଲେ କୌଣସି କାରଣରୁ ତା’ର ବାହାଘର ହୋଇପାରୁନାହିଁ। ଏହି କାରଣ ହିଁ ଫିଲ୍ମରେ ନେଇଆସିଛି ଇମୋସନ୍‌ ଓ ସସ୍‌ପେନ୍‌ସ୍‌।

ଫିଲ୍ମରେ ସୋନମ୍‌ଙ୍କ ବିପକ୍ଷରେ ଅଛନ୍ତି ରାଜ୍‌ କୁମାର୍‌ ରାଓ, ଯିଏ ଜଣେ ମୁସଲିମ୍‌ ଯୁବକଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଜୁହି ଚାୱଲା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। କିଛି ଦିନ ତଳେ ଅନିଲ କପୁରଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଫାଷ୍ଟ୍‌ ଲୁକ୍‌ ଜାରି କରାଯାଇଥିଲା।

ଫିଲ୍ମର ଟାଇଟଲ୍‌ ଅନିଲ୍‌ କପୁର୍‌ ଓ ମନିଷା କୋଇରାଲାଙ୍କ ଅଭିନୀତ ଫିଲ୍ମ ତଥା ପ୍ରଯୋଜକ ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ‘1942 A LOVE STORY’ର ହିଟ୍‌ ଗୀତ ‘ଏକ୍‌ ଲଡ୍‌କି କୋ ଦେଖା ତୋ ଐସା ଲଗା’ରୁ ନିଆଯାଇଛି। ଫିଲ୍ମଟି ଆସନ୍ତା ବର୍ଷ ଫେବ୍ରୁଆରୀ ୧ରେ ରିଲିଜ୍‌ ହେବ।



from Odisha Reporter http://bit.ly/2Q7w2Z0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages