ସହଯୋଗୀଙ୍କୁ ମନାଇବାକୁ ପ୍ଲାନ୍‌ ‘ବି’ ଆଣିବ ବିଜେପି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ସହଯୋଗୀଙ୍କୁ ମନାଇବାକୁ ପ୍ଲାନ୍‌ ‘ବି’ ଆଣିବ ବିଜେପି !

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିରୋଧରେ ଗୋଟିଏ ପରେ ଗୋଟିଏ ଦଳ ମେଳି କରୁଥିବାରୁ ଏହା ୨୦୧୯ ନିର୍ବାଚନରେ କି ପ୍ରଭାବ ପକାଇବା ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ଦଳ ଏନ୍‌ଡିଏକୁ ତଲାକ ଦେବା ବିଜେପିର ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରଥମେ ତେଲୁଗୁ ଦେଶମ ପାର୍ଟି ଓ ପରେ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହା ବିଜେପିଠାରୁ ନିଜର ସମର୍ଥନ ପ୍ରତ୍ୟାହାର କରିଥିବା ବେଳେ ଏବେ ଆପନା ଦଳ ମଧ୍ୟ ସମାନ ନୀତି ଆପଣାଇବାର ସଙ୍କେତ ଦେଇଛି।

ଆପନା ଦଳ ଏନ୍‌ଡିଏରେ ଥିବାରୁ ବିଜେପି ପକ୍ଷରୁ ଅନୁପ୍ରିୟା ପଟେଲଙ୍କୁ କେନ୍ଦ୍ରମନ୍ତ୍ରୀ କରାଯାଇଥିଲା। ତେବେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସଭାକୁ ନ ଯାଇ ବିଦ୍ରୋହ ଘୋଷଣା କରିଥିବାରୁ ଏହା ଦଳର ଚିନ୍ତା ବଢ଼ାଇ ଦେଇଛି। ଦଳ ଏହାକୁ ହାଲୁକା ଭାବେ ନେଇଥିବା ଗଣମାଧ୍ୟମ ଆଗରେ କହୁଥିଲେ ହେଁ କେଉଁଠି ନାଁ କେଉଁଠି ୨୦୧୯ ପୂର୍ବରୁ ସହଯୋଗୀ ଦଳଙ୍କ ଏଭଳି ବିଦ୍ରୋହ ଘୋଷଣା ଦଳକୁ ଅଡ଼ୁଆରେ ପକାଇଛି।

ସେହିପରି ଏନ୍‌ଡିଏରେ ସାମିଲ ନଥିବା ତାମିଲନାଡୁର ଏଆଇଏଡିଏମକେ ପୂର୍ବରୁ ବିଜେପିକୁ ସବୁ କଥାରେ ପରୋକ୍ଷ ସମର୍ଥନ ଦେଉଥିଲା। କିନ୍ତୁ ଆଜି ଲୋକସଭାରେ ଟ୍ରିପଲ ତଲାକ ବିଲ୍‌ର ଆଲୋଚନା ବେଳେ ଏଆଇଏଡିଏମକେ କେନ୍ଦ୍ର ସରକାରଙ୍କୁ ବିରୋଧ କରିଛି। ତେଣୁ ଏହା ୨୦୧୯ ପୂର୍ବରୁ ବିଜେପି ପାଇଁ ଆଦୌ ଶୁଭ ସଙ୍କେତ ପରି ଲାଗୁନାହିଁ। କିନ୍ତୁ ଏବେ ଦଳ ସହଯୋଗୀ ମାନଙ୍କୁ ମନାଇବା ପାଇଁ ପ୍ଲାନ୍‌ ‘ବି’ ଆପଣାଇବ ବୋଲି ସୂଚନା ଦେଇଛି।

ବରିଷ୍ଠ ବିଜେପି ନେତା ରାମ ମାଧବ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ ମହାମେଣ୍ଟ ରାଜନୀତିର ଅର୍ଥ ପରସ୍ପକୁ ବୁଝିବା ଏବଂ ପରସ୍ପରର ପରିସ୍ଥିତି ସହ ଆଡଜଷ୍ଟମେଣ୍ଟ କରିବା। ଏବେ ବିଜେପି ଏଥିପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଅଛି। ହଁ ଏଇଟା ସତ ଯେ କିଛି ଛୋଟିଆ ସହଯୋଗୀ ଦଳ ଆମକୁ ଛାଡ଼ି ଚାଲିଯାଇଛନ୍ତି। ହେଲେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆମେ ନୂଆ ଦଳଗୁଡ଼ିକୁ ଆମ ସହ ସାମିଲ କରିବାକୁ ଯୋଜନା ପ୍ରସ୍ତୁତ କରିଛୁ। ବିଶେଷ କରି ଦକ୍ଷିଣ ଓ ପୂର୍ବ ଭାରତରେ ନୂଆ ସହଯୋଗୀଙ୍କୁ ଆମେ ଗୁରୁତ୍ୱ ଦେଉଛୁ।”

ରାମମାଧବ କୌଣସି ନୂଆ ରାଜନୀତିକ ଦଳର ନାଁ ନେଇ ନଥିଲେ ସେ ପରୋକ୍ଷରେ ତାମିଲନାଡ଼ୁର କ୍ଷମତାସୀନ ଏଆଇଏଡିଏମକେ, ତେଲଙ୍ଗାନାରେ କ୍ଷମତାସୀନ ଟିଆରଏସ୍‌ ଏବଂ ଓଡ଼ିଶାରେ ସର୍ବଦା ସମଦୂରତ୍ୱର ରାଜନୀତି କଥା କହୁଥିବା ବିଜୁ ଜନତା ଦଳ ସହ ମେଣ୍ଟ କରିବା କଥା କହିଛନ୍ତି।



from Odisha Reporter http://bit.ly/2Sn3gFP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages