ଗଡ଼ିଶା ମାଛ ବେସର ପୋଡ଼ା  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ଗଡ଼ିଶା ମାଛ ବେସର ପୋଡ଼ା 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସହରୀ ଲାଇଫ୍‌ରେ ବି ବିଭିନ୍ନ ଦେଶୀ ପୋଡ଼ା ଖାଦ୍ୟର ଚାହିଦା ବଢ଼ୁଛି। ଉଭୟ ଆମିଷ ଓ ନିରାମିଷ ଖାଦ୍ୟର ପତ୍ର ଓ ବେସର ପୋଡ଼ାକୁ ଅଧିକାଂଶ ବେଶ୍ ପସନ୍ଦ କରୁଛନ୍ତି। ଆଜି ଆମେ ଗଡ଼ିଶା ମାଛ ଭଳି ଏକ ଦେଶୀ ଆମିଷ ଖାଦ୍ୟର ବେସର ପୋଡ଼ା ପ୍ରସ୍ତୁତି ସମ୍ପର୍କରେ ଆପଣଙ୍କୁ କହିବୁ।

ଆବଶ୍ୟକ ସାମଗ୍ରୀ: ଗଡ଼ିଶା ମାଛ, ହଳଦୀଗୁଣ୍ଡ, ସୋରିଷ ବଟା, ଅଦା ରସୁଣ ଛେଚା, କଞ୍ଚା ଲଙ୍କ।, ୬ରୁ ୭ ସାରୁପତ୍ର, ଲେମ୍ବୁରସ, ରିଫ।ଇନ୍ ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଟା ଗଡ଼ିଶା ମାଛରେ ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ସୋରିଷ ବଟା, ଅଦା ରସୁଣ ଛେଚା ଓ କଞ୍ଚା ଲଙ୍କ। ପକାଇ ଗୋଳାନ୍ତୁ । ମାଛରେ ମସଲା ଭଲ ଭାବେ ମିଶିଯିବା ପରେ ମାଛ ଖଣ୍ଡଗୁଡ଼ିକୁ ପୃଥକ ପୃଥକ ଭାବେ ସାରୁ ପତ୍ରରେ ଗୁଡ଼ାଇ ଚୁଲିରେ ପୋଡ଼ନ୍ତୁ। ସାରୁ ପତ୍ର ଭଲ ଭାବେ ପୋଡ଼ିଯିବା ପରେ ଏହାକୁ ଚୂଲିରୁ କାଢ଼ି ଆଣନ୍ତୁ।

ଏବେ ପୋଡ଼ା ସାରୁ ପତ୍ରରୁ କାଢ଼ି ଗଡ଼ିଶା ମାଛ ବେସର ପୋଡ଼ାକୁ ପରଷନ୍ତୁ। ଚାହିଁଲେ ଆପଣ ମାଛରୁ କଣ୍ଟା ବାହାର ବି କରି ପାରିବେ।



from Odisha Reporter https://ift.tt/2SMj7NT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages