ମାଡ଼ି ଆସିଲା ଶୀତ, ଘୋଡ଼େଇ ହେଲେ କାଳିଆ ସାଆନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ମାଡ଼ି ଆସିଲା ଶୀତ, ଘୋଡ଼େଇ ହେଲେ କାଳିଆ ସାଆନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀ ଜଗନ୍ନାଥ ମହାପ୍ରଭୁ ମଣିଷମାନଙ୍କ ଭଳି ଲୀଳା କରୁଥିବାରୁ ତାଙ୍କ ମାନବୀୟ ଲୀଳାର ପ୍ରତୀକ ଇଶ୍ୱର ବୋଲି ସାରା ବିଶ୍ୱ ଗ୍ରହଣ କରିଛି। ତାଙ୍କର ସମସ୍ତ ନୀତିକାନ୍ତିରେ ମଣିଷ ଭାବର ପରିପ୍ରକାଶ ହୋଇଛି। ଶୃଙ୍ଖଳିତ ଜୀବନ, ଭାଇଚାରା, ଭାବ, ଭକ୍ତି, ଶ୍ରଦ୍ଧା, ପ୍ରେମ ଆଉ ପ୍ରଣୟ ଭଳି ଲୀଳାମାନ ତାଙ୍କ ନୀତିକାନ୍ତିରେ ସବୁବେଳେ ଦେଖିବାକୁ ମିଳେ। ଯାହକୁ ଆଧାର କରି ଆପଣ କହିପାରିବେ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିନିତ୍ୟ ସେବାରୁ ମଣିଷ ଅନେକ କିଛି ଶିକ୍ଷା କରିଥାଏ।

ଆଜିଠୁ ଶ୍ରୀ ମନ୍ଦିରରେ ଆରମ୍ଭ ହେଉଛି ଘୋଡ଼ଲାଗି ବେଶ। ଚତୁର୍ଦ୍ଧାମୂର୍ତ୍ତି ଆଜିଠାରୁ ଅର୍ଥାତ୍‌ ଓଢଣ ଷଷ୍ଠୀଠାରୁ ଆଗାମୀ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ପର୍ଯ୍ୟନ୍ତ ପ୍ରତିଦିନ ଏହି ବେଶରେ ସଜ୍ଜିତ ହେବେ। ଘୋଡ଼ ଶବ୍ଦଟି ଘୋଡ଼ାଇ ହେବା ଶବ୍ଦରୁ ଆସିଛି। ବାସ୍ତବରେ ଶୀତର ପ୍ରକୋପରୁ ବର୍ତ୍ତିବା ପାଇଁ ଆମ ଠାକୁର ଏହି ବେଶରେ ସଜେଇ ହୁଅନ୍ତି ବୋଲି କୁହାଯାଏ। ଖରାଦିନେ ପ୍ରଚଣ୍ଡ ଗରମ ହେତୁ ଚନ୍ଦନ ଲାଗି ବେଶ ଭଳି ଶୀତଦିନେ ଶୀତରୁ ରକ୍ଷା ପାଇବାକୁ ଶ୍ରୀ ଜିଉମାନଙ୍କୁ ଘୋଡ଼ଲାଗି ବେଶ କରାଯାଏ।

କେତେବେଳେ ହୁଏ ବେଶ– ମାର୍ଗଶିର ମାସ ଶୁକ୍ଳ ଷଷ୍ଠୀଠାରୁ ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ ଏହି ଘୋଡ଼ଲାଗି ଅନୁଷ୍ଠିତ ହୋଇଥାଏ। ଯାହାକି ଶ୍ରୀମନ୍ଦିରରେ ପାଳିତ ହେଉଥିବା ବେଶଗୁଡିକ ଭିତରେ ଦୀର୍ଘ ଅବଧି ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଶଗୁଡିକ ମଧ୍ୟରୁ ଗୋଟିଏ।

ଦୈନନ୍ଦିନ ଅବକାଶ(ଠାକୁରଙ୍କ ସକାଳ ସ୍ନାନ ନୀତି ସରିବା ପରେ) ପରେ ଓ ଦ୍ୱିପ୍ରହର ଧୂପ ପରେ(ସନ୍ଧ୍ୟାଧୂପ ପୂର୍ବରୁ) ଏହି ଘୋଡ଼ ପ୍ରଭୁ ପରିଧାନ କରିଥାନ୍ତି। ଘୋଡ଼ଲାଗି ବେଶରେ ସୂତା ଗଡ଼ା, ଖଣ୍ଡୁଆ, ପତନୀ, ମଲମଲ ଘୋଡ଼, ଫୁଟା, ଟୋପର ଆଦି ବ୍ୟବହୃତ ହୋଇଥାଏ। ବାର ଅନୁଯାୟୀ ଠାକୁରମାନଙ୍କୁ ୭ ପ୍ରକାର ରଙ୍ଗର ଘୋଡ଼ ଲାଗି କରାଯାଇଥାଏ। ତିନି ଠାକୁରଙ୍କ ନିମନ୍ତେ ୧୪ ହାତ ଲମ୍ବ ଓ ୩ହାତ ଓସାରର ଚାରି ଖଣ୍ଡ ପାଟ ସ୍ୱତନ୍ତ୍ର ଘୋଡ଼ ବସ୍ତ୍ର ପ୍ରସ୍ତୁତି ପାଇଁ ଆବଶ୍ୟକ ହୋଇଥାଏ।



from Odisha Reporter https://ift.tt/2QrHIuC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages