ନବୀନ ସରକାରଙ୍କ ଆଉ ଏକ ଭେଳିକି: ‘ପିଠା’ ଯୋଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ନବୀନ ସରକାରଙ୍କ ଆଉ ଏକ ଭେଳିକି: ‘ପିଠା’ ଯୋଜନା

Odisha-Secretariat-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଗାଁ ଆମ ବିକାଶ ନାଁରେ ପଂଚାୟତ ଅର୍ଥକୁ ହରିଲୁଟ୍ କରାଯାଉଥିବା ନେଇ ବିରୋଧୀ ଦଳର ଅଭିଯୋଗ ପରେ ଭାବମୂର୍ତି ବଂଚାଇବା ପାଇଁ ରାଜ୍ୟ ସରକାର ଆଉ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ‘ପିଠା'(Peoples Empowerment Enabling Transparency and Accountability of Odisha Initiatives) ଘୋଷଣା କରିଛନ୍ତି।

ବାସ୍ତବରେ ନାମକରଣ ଦୃଷ୍ଟିରୁ ଏହି ଯୋଜନାର ସଂକ୍ଷିପ୍ତ ନାଁ (PEETAA )’ପିତା’ ବା ‘ପିଟା’ ହେବା କଥା। ତଥାପି ଜୋର ଜବରଦସ୍ତି ଓଡ଼ିଆ ଛୁଙ୍କ ଦେବାପାଇଁ ତାକୁ ‘ପିଠା’ ନାଁ ଦିଆଯାଇଛି।

‘ପିଠା’ ‘ଆମ ଗାଁ ଆମ ବିକାଶ ଯୋଜନା’ର ଏକ ଉପଯୋଜନା ଭାବେ କାର୍ଯ୍ୟ କରିବ। ଏହି ଯୋଜନାରେ ଡିସେମ୍ବର ମାସରୁ ପ୍ରତିମାସ ୧୫ରୁ ୨୦ତାରିଖ ମଧ୍ୟରେ ସବୁ ପଞ୍ଚାୟତରେ କ୍ୟାମ୍ପର ଆୟୋଜନ ହେବ।ଏହି କ୍ୟାମ୍ପରେ ଆମ ଏଲଇଡି, ମିଶନ ଶକ୍ତି, ମଧୁବାବୁ ପେନସନ, କଳାକାର ପେନସନ, ନିର୍ମାଣ ଶ୍ରମିକ ଯୋଜନା ଭଳି ସାମାଜିକ ସୁରକ୍ଷା ଯୋଜନା ଆଦିର ଫାଇଦା ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ଏହାସହିତ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ଏହି ‘ପିଠା’ ଯୋଜନା ରାଜ୍ୟ ସରକାରଙ୍କ ଥ୍ରୀ ଟି- ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି ଓ ଟିମୱାର୍କ ମନ୍ତ୍ରର ଅଂଶବିଶେଷ ହେବ। ସମସ୍ତ ସରକାରୀ ଯୋଜନା ବାବଦରେ ଲୋକଙ୍କୁ ସଚେତନ କରିବା ସହ ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ଉପଲବ୍ଧ ଯୋଜନା ଓ ସାମାଜିକ ଯୋଜନାରେ ସ୍ୱଚ୍ଛତା ବୃଦ୍ଧି ହିଁ ଏହାର ମୁଖ୍ୟ ଲକ୍ଷ୍ୟ।

ବ୍ଲକସ୍ତରରେ ପର୍ଯ୍ୟବେକ୍ଷକମାନେ ଏହି ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରିବେ ଓ ସ୍ୱେଚ୍ଛାସେବୀମାନେ ଏହାକୁ କାର୍ଯ୍ୟକାରୀ କରିବାରେ ସହଯୋଗ କରିବେ। ପିଠା ଆୟୋଜନ ପାଇଁ ସବୁ ବ୍ଲକରେ ଗୋଟିଏ ଶ୍ରେଷ୍ଠ ପଞ୍ଚାୟତକୁ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ। ସବୁ ପଞ୍ଚାୟତରେ ସଚେତନତା କ୍ୟାମ୍ପର ଆୟୋଜନ ପରେ ଜିଲ୍ଲାସ୍ତରରେ ଗୋଟିଏ ପଞ୍ଚାୟତକୁ ଶ୍ରେଷ୍ଠ ପୁରସ୍କାର ଦିଆଯିବ। ରାଜ୍ୟସ୍ତରରେ ମଧ୍ୟ ଏଭଳି ଆୟୋଜନ କରାଯାଇ ଶ୍ରେଷ୍ଠ ବ୍ଲକ୍ ଓ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ସହ ସ୍ୱତନ୍ତ୍ର ପାଣ୍ଠି ଦିଆଯିବ। ପ୍ରତିମାସରେ ଶ୍ରେଷ୍ଠ ପଞ୍ଚାୟତକୁ ୫ଲକ୍ଷ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ରିଲିଜରେ କୁହାଯାଇଛି।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ଆମ ଗାଁ ଆମ ବିକାଶ’ ଯୋଜନାକୁ ସିଧାସଳଖ ସମାଲୋଚନା କରି ପଞ୍ଚାୟତ ଅର୍ଥକୁ ହରିଲୁଟ୍ କରାଯାଉଛି ବୋଲି କହିଥିଲେ। କେ-୨ ନାଁରେ ରାଜ୍ୟ ରାଜକୋଷକୁ ହରିଲୁଟ୍ କରିବା ନିମନ୍ତେ ଉଦ୍ୟମ ହେଉଛି। ପିସି ମଷ୍ଟ ଷ୍ଟପ୍ ନାଁରେ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଥିବାବେଳେ ବିନା ପିସିରେ କିଛିବି କାମ ହେଉନି ବୋଲି ଅଭିଯୋଗ କରିବା ସହିତ ‘ଆମ ଗାଁ ଆମ ବିକାଶ’ ଏବେ ‘ତୁମ ଟଙ୍କା ବିଜେଡି ବିକାଶ’ରେ ପରିଣତ ହୋଇଥିବା କହିଥିଲେ। ଏଭଳି ସ୍ଥିତିରେ ପଞ୍ଚାୟତର ଅଧିକାରକୁ ଛଡ଼ାଇ ନିଆଯାଇଛି ବୋଲି ମଧ୍ୟ ସେ କହିଥିଲେ।



from Odisha Reporter https://ift.tt/2DYeBrh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages