
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ରାଜ୍ୟର ବରିଷ୍ଠ ତଥା ସମ୍ମାନାସ୍ପଦ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ଆତ୍ମଜୀବନୀ ‘ସଂଗ୍ରାମ ସରିନାହିଁ’ ପୁସ୍ତକର ଲୋକାର୍ପଣ କରିଛନ୍ତି। ଏହି ଆତ୍ମଜୀବନୀ ଆଗାମୀ ପିଢ଼ିମାନଙ୍କ ପାଇଁ ବେଶ ପ୍ରେରଣାଦାୟକ ଓ ସହାୟକ ହେବ ବୋଲି ପ୍ରଫେସର ଲାଲ୍ କହିଛନ୍ତି।
ଲୋକାର୍ପଣ ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଶ୍ରୀ ହରିଚନ୍ଦନଙ୍କ ଭଳି ଜଣେ ବ୍ୟକ୍ତିତ୍ଵଙ୍କ ପୁସ୍ତକ ଲୋକାର୍ପଣ ଉତ୍ସବରେ ଯୋଗଦାନ କରିଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି। ସାହସର ସହିତ ଯେପରି ଭାବେ ନିଜର ଲମ୍ବା ସମୟର ତପସ୍ୟା ଓ ଅନୁଭୂତିକୁ ନେଇ ବିଶ୍ଵଭୂଷଣ ବାବୁ ଏହି ପୁସ୍ତକ ଲେଖିଛନ୍ତି ନୂଆ ପିଢ଼ିଙ୍କ ପାଇଁ ତାହା ପ୍ରେରଣାର ଉତ୍ସ ହେବ ବୋଲି ସେ ମତ ଦେଇଥିଲେ। ‘ସଂଗ୍ରାମ ସରିନାହିଁ’ର ଚ୍ୟାପ୍ଟର-୨ ଆସୁ ବୋଲି ଶ୍ରୀ ପ୍ରଧାନ ଲେଖକ ଶ୍ରୀ ହରିଚନ୍ଦନଙ୍କୁ ନିବେଦନ କରିଥିଲେ ।
from Odisha Reporter https://ift.tt/2Q8lbD9
No comments:
Post a Comment