୧୩ବର୍ଷ ବୟସରେ ଭାରତୀୟ ବାଳକ ହେଲେ ଆଇଟି କମ୍ପାନୀର ମାଲିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

୧୩ବର୍ଷ ବୟସରେ ଭାରତୀୟ ବାଳକ ହେଲେ ଆଇଟି କମ୍ପାନୀର ମାଲିକ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ୧୩ବର୍ଷ ବୟସରେ ଜଣେ ସାଧାରଣ ପିଲା ସ୍କୁଲ୍‌ ଯାଉଥିବ ନ ହେଲେ ହୋମ୍‌ୱାର୍କ କରୁଥିବ। କିନ୍ତୁ ଏହି ବୟସରେ କେହି କମ୍ପାନୀର ମାଲିକ ହେବ ସେ କଥା କ’ଣ ଆପଣଙ୍କୁ କହିଲେ ଆପଣ ବିଶ୍ୱାସ କରିବେ କି ?

କିନ୍ତୁ ଏମିତି କରି ଦେଖାଇଛନ୍ତି ଆମ ଦେଶର ଜଣେ ୧୩ ବର୍ଷ ବୟସର ବାଳକ। ଦୁବାଇରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍‌ଭବ ସେଠାକାର ଏକ ସଫ୍‌ଟ୍‌ୱେର୍‌ ଡେଭଲପ୍‌ମେଣ୍ଟ କମ୍ପାନୀର ମାଲିକ ହୋଇଛନ୍ତି। ଟେକ୍ନୋଲୋଜିର ଏହି ଛୋଟ ଯାଦୁଗର ୯ବର୍ଷ ବୟସରେ ପ୍ରଥମ ଆପ୍‌ ପ୍ରସ୍ତୁତ କରିଥିଲେ। ଏହି ଯାଦୁଗରଙ୍କ ନାଁ ହେଉଛି ଆଦିତ୍ୟନ୍ ରାଜେଶ।

ଆଦିତ୍ୟନ ୫ବର୍ଷ ବୟସରେ କମ୍ପ୍ୟୁଟର ବ୍ୟବହାର କରିବା ଆରମ୍ଭ କରିଥିଲେ। ୯ବର୍ଷ ବୟସରେ ଆପ୍‌ ତିଆରି କରିଥିଲେ। ଆଉ ଏବେ ୧୩ବର୍ଷ ବୟସରେ ସେ ନିଜର ସଫ୍‌ଟ୍‌ୱେର ଡେଭ୍‌ଲପ୍‌ମେଣ୍ଟ କମ୍ପାନୀ ନିର୍ମାଣ କରିଛନ୍ତି। ଯାହାର ନାଁ ରହିଛି,‘ଟ୍ରେଣ୍ଟ ସଲ୍ୟୁସନ୍ସ’।

ପ୍ରଥମେ ଆଦିତ୍ୟନ ନିଜ ଖୁସି ପାଇଁ ଆପ୍‌ ପ୍ରସ୍ତୁତ କରିବା କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ସେ ଗ୍ରାହକଙ୍କ ପାଇଁ ଲୋଗୋ ଏବଂ ୱେବ୍‌ସାଇଟ୍‌ ମଧ୍ୟ ତିଆରି କଲେ।

ସୂଚନା ଅନୁଯାୟୀ, ଆଦିତ୍ୟନଙ୍କ ଜନ୍ମ କେରଳର ତିରୁବିଲାରେ ହୋଇଥିଲା। ୫ବର୍ଷ ବୟସରେ ସେ ପରିବାର ସହ ଦୁବାଇ ଚାଲିଯାଇଥିଲେ। ପ୍ରଥମ ଥର ତାଙ୍କ ବାପା ତାଙ୍କୁ ବିବିସି ଟାଇପିଂ ଦେଖାଇଥିଲେ। ଏହା ଦେଖି ଇଣ୍ଟରନେଟ୍‌ ବ୍ୟବହାର ପ୍ରତି ତାଙ୍କ ରୁଚି ବଢିଥିଲା। ଆଦିତ୍ୟନଙ୍କ କହିବା ଅନୁଯାୟୀ “ଏକ ସ୍ଥାୟୀ କମ୍ପାନୀର ମାଲିକ ହେବା ପାଇଁ ୧୮ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ଏବେ ଆମେ ଏହି କମ୍ପାନୀରେ କାମ କରୁଛୁ। ଏବେ ଏହି କମ୍ପାନୀରେ ୧୨ରୁ ଅଧିକ ଲୋକ କାମ କରୁଛନ୍ତି।



from Odisha Reporter https://ift.tt/2GrE5jL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages