ଭାତ ଖାଇବାକୁ ଭଲ ପାଆନ୍ତି କି? ଜାଣନ୍ତୁ, ଏହା ଦ୍ୱାରା ଶରୀରର କ’ଣ କ୍ଷତି ହୋଇଥାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ଭାତ ଖାଇବାକୁ ଭଲ ପାଆନ୍ତି କି? ଜାଣନ୍ତୁ, ଏହା ଦ୍ୱାରା ଶରୀରର କ’ଣ କ୍ଷତି ହୋଇଥାଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆମ ଓଡ଼ିଶାରେ ଭାତ ହେଉଛି ପ୍ରମୁଖ ଖାଦ୍ୟ। ପିଲାଠୁ ବୁଢ଼ା ଯାଏ ପ୍ରାୟ ସମସ୍ତେ ଭାତ ଖାଇବାକୁ ଭଲ ପାଆନ୍ତି। ପ୍ରାୟ ସମସ୍ତଙ୍କ ଘରେ ଦିନର ଭୋଜନ ପାଇଁ ଭାତ ହିଁ ପ୍ରମୁଖ ଖାଦ୍ୟ ଭାବେ ରନ୍ଧାଯାଏ। କିଛି ଲୋକ ରାତିରେ ମଧ୍ୟ ଭାତ ଖାଆନ୍ତି। କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ଦିନରେ ଥରେ ଭାତ ନ ଖାଇଲେ ଆଦୌ ରହିପାରିବେ ନାହିଁ। ବହୁତ ଲୋକଙ୍କ ଧାରଣା ଯେ ଦିନରେ ଯଦି ଥରେ ଭାତ ଖିଆ ନ ଯାଏ, ତେବେ ଶରୀର ଦୁର୍ବଳ ହୋଇଯିବ। ହେଲେ ଆପଣ ଜାଣନ୍ତି କି, ଭାତ ଆମ ଶରୀର ପାଇଁ କେତେ କ୍ଷତିକାରକ ?  ଭାତ ଖାଇବା ଦ୍ୱାରା ଟାଇପ୍‌-୨ ଡାଇବେଟିସ୍‌ ହେବାର ଆଶଙ୍କା ବଢ଼ିଥାଏ। ଭାତ ବେଶି ଖାଇବା ଦ୍ଵାରା ଶରୀରର ଓଜନ ମଧ୍ୟ ବଢ଼ିଥାଏ। କେବଳ ଏତିକି ନୁହେଁ, ଭାତ ଆମ ଶରୀର ପାଇଁ ଅନେକ ରୋଗକୁ ଡାକି ଆଣେ।

ଏବେ ଆସନ୍ତୁ ଜାଣିବା, ଭାତ ଖାଇବା ଦ୍ଵାରା ଆମର କ’ଣ ସବୁ ସମସ୍ୟା ହୋଇଥାଏ।

୧. ଭାତରେ ସବୁଠୁ ଅଧିକ କ୍ୟାଲୋରୀ ଥାଏ। ଏକ ମୁଠା ରନ୍ଧା ଭାତରେ ୧୦ ଚାମଚ ଚିନି ସହ ସମାନ କ୍ୟାଲୋରୀ ଥାଏ। ସେଥିପାଇଁ ଡାଇବେଟିସ୍‌ ରେଗୀଙ୍କୁ ଭାତ ଖାଇବାକୁ ମନା କରାଯାଏ।

୨. ରନ୍ଧା ହୋଇଥିବା ଭାତରେ ପ୍ରଚୁର ପରିମାଣର କାର୍ବୋ ହାଇଡ୍ରେଟ୍‌ ରହିଥାଏ। ଏହି କାର୍ବୋହାଇଡ୍ରେଟ୍‌ ଶରୀରର ଓଜନ ବୃଦ୍ଧିରେ ସାହାଯ୍ୟ କରେ। ତେଣୁ ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି, ତେବେ ଯେତେ କମ୍‌ ଭାତ ଖାଇବେ ତାହା ଆପଣଙ୍କ ପାଇଁ ବହୁତ ଭଲ।

୩. ଭାତରେ ପ୍ରଚୁର ମାତ୍ରାରେ ଷ୍ଟର୍ଚ ରହିଥାଏ। ଏହା ଶୀଘ୍ର ଖାଦ୍ୟକୁ ପାଚନ କରିଥାଏ। ଫଳରେ ଆମକୁ ବାରମ୍ବାର ଭୋକ ଲାଗେ। ଫଳରେ ଅଧିକ ଖାଇ ଆମେ ମେଦବହୁଳତାକୁ ନିମନ୍ତ୍ରଣ କରିଥାଉ।

୪. ଭାତରେ କ୍ୟାଲସିୟମ୍‌ର ମାତ୍ରା ଖୁବ୍‌ କମ୍  ବା ଆଦୌ ନଥାଏ କହିଲେ ଚଳିବ।। କ୍ୟାଲସିୟମ୍ ହାଡ଼କୁ ମଜବୁତ କରୁଥିବାରୁ ଯେତେ ଭାତ ଖାଇଲେ ମଧ୍ୟ ଶରୀର ପାଇଁ ବିଶେଷ କିଛି ଲାଭ ହୋଇ ନ ଥାଏ।

୫. ଭାତର କିଛି ସ୍ଵାଦ ନ ଥିବାରୁ ଲୋକମାନେ ଏହା ସହ ଲୁଣିଆ ଜିନିଷ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି। ଅଧିକ ଲୁଣିଆ ଜିନିଷ ଏବଂ ଭାତ ଏକାଠି ଖାଇବା ଶରୀର ପାଇଁ ହାନିକାରକ ଅଟେ।

୬. ବଜାରରେ ମିଳୁଥିବା ସଫା ବା ପଲିସ୍‌ ଚାଉଳ ଶରୀର ପାଇଁ ହାନିକାରକ। ତେଣୁ ଯଦି ଭାତ ଖାଇବାକୁ ଭଲ ଲାଗୁଛି, ତେବେ ବ୍ରାଉନ୍‌ ରାଇସ୍‌ ଖାଆନ୍ତୁ, ଏହା ଆପଣଙ୍କୁ ଫିଟ୍‌ ରଖିବ।



from Odisha Reporter http://bit.ly/2Q44S5e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages