
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଶୀତି ଦିନିଆ ସନ୍ଧ୍ୟାରେ ଘରେ ସାଧାରଣତଃ କିଛି ଗରମାଗରମ ଚଟପଟା ଖାଇବାକୁ ଅଧିକାଂଶଙ୍କର ଖୁବ୍ ଇଚ୍ଛା ହୁଏ। ଖାସ୍ ଏହି ଇଚ୍ଛାକୁ ଚାହିଁ ଆଜି ଆମେ ଆପଣଙ୍କୁ ଘରେ କିପରି ‘ଚାଉଳ ପକୁଡ଼ି’ ସହଜରେ ପ୍ରସ୍ତୁତ କରିପାରିବେ, ସେ ସମ୍ପର୍କରେ ଟିପ୍ସ୍ ଦେବୁ।
ଆବଶ୍ୟକ ସାମଗ୍ରୀ: ଭାତ ଦୁଇ କପ୍, ସ୍ୱାଦ ଅନୁସାରେ ଲୁଣ, କଞ୍ଚା ଲଙ୍କା, ଅଦା, ଆମଚୁର୍ ପାଉଡର୍, ଧନିଆ ପାଉଡର୍, ଧନିଆ ପତ୍ର, ବେସନ, ଲଙ୍କା ଗୁଣ୍ଡ, ସିମ୍ଲା ଲଙ୍କା ପାଉଡର୍ ଏବଂ ତେଲ।
ପ୍ରସ୍ତୁତି ପ୍ରଣାଳୀ: ଭାତରେ ଲୁଣ, କଞ୍ଚାଲଙ୍କା, ଅଦା, ଆମଚୁର ପାଉଡର, ସିମ୍ଲା ଲଙ୍କା ପାଉଡର ଏବଂ ଧନିଆ ପତ୍ରକୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣରୁ ଛୋଟ ଛୋଟ ଗୁଳା କାଢ଼ି ତାକୁ ଗୋଲାକାର କରିବା ପରେ ଚେପ୍ଟା କରି ଦିଅନ୍ତୁ। ଏବେ ଏକ ପାତ୍ରରେ ବେସନ କାଢ଼ି ଦିଅନ୍ତୁ। ବେସନରେ ଲୁଣ, ନାଲି ଲଙ୍କାଗୁଣ୍ଡ ଏବଂ ଧନିଆ ପାଉଡର ପକାନ୍ତୁ। ଏବେ ଏଥିରେ ଆବଶ୍ୟକ ମୁତାବକ ପାଣି ଦେଇ ଘୋଳ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଚାମଚରେ ଭଲଭାବେ ୫ରୁ ୭ମିନିଟ୍ ଯାଏ ଭଲଭାବେ ଫେଣ୍ଟନ୍ତୁ। ଏବେ ଗ୍ୟାସ୍ରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେଲାପରେ ଗୁଳାକୁ ପୂର୍ବରୁ ପ୍ରସ୍ତୁତ ବେସନରେ ପକାଇ ଛାଣନ୍ତୁ। ଏହା ବ୍ରାଉନ୍ ହେବା ପର୍ଯ୍ୟନ୍ତ ତାକୁ ଏପଟ ସେପଟ କରନ୍ତୁ। ଛଣା ହେଉଥିବା ପକୁଡ଼କୁ ଏକ ପ୍ଲେଟ୍ରେ ନ୍ୟାପକିନ୍ ପେପର ପକାଇ ରଖନ୍ତୁ। ଏହମ ଚାଉଳ ପକୁଡ଼ି ସବୁ ଛାଣିବା ପରେ ଧନିଆ ଚଟଣୀ, ଚିଲି ଏବଂ ଟମାଟୋ ସସ୍ ସହ ଏହାକୁ ପରଷନ୍ତୁ।
from Odisha Reporter http://bit.ly/2ERUqf2
No comments:
Post a Comment