ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସରେ ବିସ୍ଫୋରଣ, ରିସର୍ଚ୍ଚର ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସରେ ବିସ୍ଫୋରଣ, ରିସର୍ଚ୍ଚର ମୃତ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଥିବା ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ(ଆଇଆଇଏସ୍‌ସି)ରେ ଆଜି ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଜଣେ ରିସର୍ଚ୍ଚରଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ଜଣାପଡ଼ି ନଥିଲେ ହେଁ ହାଇଡ୍ରୋଜେନ୍‌ ସିଲିଣ୍ଡରରୁ ନିଆଁ ଲାଗି ଏଭଳି ଘଟଣା ଘଟିଥିବା କୁହାଯାଉଛି।

ଆଜି ଅପରାହ୍ଣ ପ୍ରାୟ ୨.୨୦ରେ ଏରୋସ୍ପେସ୍‌ ଲ୍ୟାବରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଲ୍ୟାବ ମଧ୍ୟରେ ଗବେଷଣାରତ ରିସର୍ଚ୍ଚରମାନେ ୨୦ ଫୁଟ୍‌ ଦୂରକୁ ଛିଟିକି ପଡ଼ିଥିଲେ। ଫଳରେ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଅନ୍ୟମାନଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପ୍ରଥମଥର ପାଇଁ ଆଇଆଇଏସ୍‌ସିରେ ଏଭଳି ଦୁର୍ଘଟଣା ଘଟିଥିବା ଜଣେ ଅଧିକାରୀ କହିଛନ୍ତି।



from Odisha Reporter https://ift.tt/2PkXp1t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages