ବିନା ଅନୁମତିରେ ଚାଲୁଛି ଗୁଡ୍‌ ନ୍ୟୁଜ୍‌ ଶେଲ୍‌ଟର ହୋମ୍‌, ବିଦେଶରୁ ଆସୁଥିଲା କୋଟି କୋଟିର ଅନୁଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ବିନା ଅନୁମତିରେ ଚାଲୁଛି ଗୁଡ୍‌ ନ୍ୟୁଜ୍‌ ଶେଲ୍‌ଟର ହୋମ୍‌, ବିଦେଶରୁ ଆସୁଥିଲା କୋଟି କୋଟିର ଅନୁଦାନ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଧୀରେ ଧୀରେ ଖୋଲୁଛି ଢେଙ୍କାନାଳ ବେଲ୍‌ଟିକିରି ଗୁଡ୍‌ ନ୍ୟୁଜ୍‌ ଶେଲ୍‌ଟର୍‌ ହୋମର୍ ଭିତିରି ଗୁମର। ସଂସ୍ଥାର ଚେୟାରମ୍ୟାନ୍‌ ଫୟାଜ ରେହମାନ୍ ଓରଫ ‘ଡ୍ୟାଡି’କୁ ୨ ଦିନଆ ରିମାଣ୍ଡରେ ଆଣିଥିବା ଢେଙ୍କାନାଳ ପୁଲିସ ତା’ ନିକଟରୁ ଆଦାୟ କରିଛି ବହୁ ଅନାଲୋଚିତ ତଥ୍ୟ। ‘ଡ୍ୟାଡି’’ କହିଛି, ଗୁଡ୍‌ ନ୍ୟୁଜ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମବଙ୍ଗର ସାଲଗାଡ଼ିଆରେ ରହିଛି।
ସଂସ୍ଥାକୁ ବର୍ଷକୁ ଆସୁଥିଲା ପ୍ରାୟ ୧୪ରୁ ୧୫ କୋଟି ଟଙ୍କାର ବିଦେଶୀ ଅନୁଦାନ। ଏହି ଟଙ୍କା ସିଧା ଆମେରିକାରୁ ବ୍ୟାଙ୍କ ମାଧ୍ୟମରେ ପଶ୍ଚିମବଙ୍ଗ ଓ ସେଠାରୁ ଭୁବନେଶ୍ୱରକୁ ଏକ ଘରୋଇ ବ୍ୟାଙ୍କ୍ ଆକାଉଣ୍ଟରେ ଟ୍ରାନ୍ସଫର ହେଉଥିଲା। ରାଜ୍ୟରେ ଗୁଡ୍ ନ୍ୟୁଜ୍ ଇଣ୍ଡିଆର ୨୫ଟି ଶାଖା ଚାଲିଥିବା ବେଳେ ଗୋଟିଏ ବି ଶାଖା ସୋସାଇଟି ଆକ୍ଟ କିମ୍ବା ଜେ.ଜେ. ଆକ୍ଟ ଅଧୀନରେ ପଞ୍ଜିକୃତ ହୋଇନଥିବା ପୁଲିସ ଆଗରେ ‘ଡାଡି’ ଫୟାଜ୍ ସ୍ୱୀକାର କରିଛି ବୋଲି ଢେଙ୍କାନାଳ ଏସ୍‌ପି ସନ୍ତୋଷ ନାୟକ କହିଛନ୍ତି।
ପଶ୍ଚିମବଙ୍ଗ ଯିବା ଓଡ଼ିଶା ପୁଲିସ
ଏଣେ ସଂସ୍ଥା ବିରୋଧରେ ଆସିଥିବା ସଙ୍ଗୀନ ଧର୍ମ ପରିବର୍ତ୍ତନ ଅଭିଯୋଗ ସମ୍ପର୍କରେ ଅଧିକ ଖୋଳତାଡ଼ ଆରମ୍ଭ କରିଛି ଢେଙ୍କାନାଳ ପୁଲିସ। ଜେରା ବେଳେ ‘ଡ୍ୟାଡି’’ କିଛି ପିଲାଙ୍କୁ ପାଣିରେ ବୁଡ଼ାଉଥିବା ଦୃଶ୍ୟ ପଶ୍ଚିମବଙ୍ଗ ସାଲଗାଡ଼ିଆର ବୋଲି ଅନୁମାନ କରୁଥିବାରୁ ସେଠାକୁ ଏକ ଟିମ୍ ପଠାବାକୁ ନିଷ୍ପତ୍ତି ନେଇଛି ପୁଲିସ।
ଏପଟେ ଗୁଡ୍‌ ନ୍ୟୁଜ ଇଣ୍ଡିଆ ସଂସ୍ଥାରୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରିଥିବା ୮୧ ପିଲାଙ୍କୁ ଥଇଥାନ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛି। କିଛି ପିଲାଙ୍କୁ ସେମାନଙ୍କ ଅଭିଭାବକ ଫେରାଇ ନେଉଥିବା ବେଳେ ଅନ୍ୟମାନଙ୍କୁ ସ୍ଥାନୀୟ ଶିଶୁ ଆଶ୍ରୟ ସ୍ଥଳରେ ଥଇଥାନ କରାଯାଇଥିବା ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ କହିଛନ୍ତି।
‘ଡ୍ୟାଡି’’ ଫୟାଜଠାରୁ ଏହି ବେଆଇନ୍‌ ଶେଲ୍‌ଟର୍‌ ହୋମ୍ କାରବାର ସମ୍ପର୍କରେ ଆହୁରି ଅନେକ ତଥ୍ୟ ଓଗାଳିବାକୁ ଚାହୁଁଥିବାରୁ ତାକୁ ଆଉ ୨ ଦିନ ରିମାଣ୍ଡରେ ନେଇଛି ପୁଲିସ। ତା’ସହ ଘଟଣା ପରେ ଗିରଫ ହୋଇ ଢେଙ୍କାନାଳ ଜେଲରେ ଥିବା ସଂସ୍ଥାର ନିର୍ଦ୍ଦେଶକ ସୀମାଞ୍ଚଳ ନାୟକକୁ ମଧ୍ୟ ଜେରା କରି ଅଧିକ ତଥ୍ୟ ଆଦାୟ କରିଛି ଢେଙ୍କାନାଳ ପୁଲିସ।


from Odisha Reporter https://ift.tt/2G1TBCD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages