ଉଜୁଡ଼ା ଫସଲ ଦେଖି କ୍ଷେତରେ ଚାଷୀଙ୍କ ହୃଦ୍‌ଘାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 19, 2018

ଉଜୁଡ଼ା ଫସଲ ଦେଖି କ୍ଷେତରେ ଚାଷୀଙ୍କ ହୃଦ୍‌ଘାତ

ଶ୍ରୀକାକୁଲମ୍‌: ଜମି ସାରା ପାଣି ଆଉ ପାଣି। ଜମିରେ ଗଦା ହୋଇ ପଡ଼ିରହିଛି ଓଦା ଧାନ। ଆଉ ତା ସହିତ ଜମିରେ ଶୋଇଯାଇଛନ୍ତି ଜମି ସହିତ ନିଜକୁ ମିଶାଇ ଜୀବନ ବିତାଇଥିବା ଚାଷୀ। ପେତାଇ ବାତ୍ୟାରେ ଫସଲ ନଷ୍ଟ ହୋଇଯିବାପରେ ଲାଗିଥିବା ଝଟ୍‌କା କାରଣରୁ ଜମିରେ ହିଁ ପ୍ରାଣ ହରାଇଲେ ଜଣେ ଚାଷୀ। ଆନ୍ଧ୍ରପ୍ରଦେଶରେ ଏଭଳି ଏକ ଘଟଣା ଘଟିଥିବା ଜଣାଯାଇଛି।

ଗୋଟ୍ଟିପାଲ୍ଲୀ ଚିନ୍ନାରାଓଙ୍କ ମୃତ ଶରୀର ଜଳାର୍ଣ୍ଣବ ଜମିରେ ପଡ଼ିରହିଥିବାର ଦୃଶ୍ୟ ଦେଖିଲେ ଯେକେହି ମଧ୍ୟ ଲୁହ ଗଡ଼ାଇବ। ଶ୍ରୀକାକୁଲମ୍‌ ଜିଲ୍ଲା ନିବାସୀ ଏହି ୬୯ ବର୍ଷ ବୟସ୍କ ଚାଷୀ ଜଣକ ହାର୍ଟ ଆଟାକ୍‌ କାରଣର ମୃତ୍ୟୁବରଣ କରିଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି। ସେ ସେଦିନ ନିଜ ଜମିକୁ ଯାଇଥିଲେ ହୁଡ଼ା ଭାଙ୍ଗି ପାଣି ଖାଲି କରିବାପାଇଁ। ଭାବିଥିଲେ ଅଳ୍ପଦିନ ପରେ ଅମଳ ହେବାକୁ ଥିବା ଫସଲସବୁକୁ ଲାଗାଣ ବର୍ଷାର ପାଣି ଦାଉରୁ ବଞ୍ଚାଇଦେବେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା।

ସେ ଫସଲର ଅବସ୍ଥା ଦେଖି ବୁଝିଯାଇଥିଲେ ଫସଲ ସମୂଳେ ଧ୍ୱଂସ ହୋଇଯାଇଛି। ଏହାପରେ ତାଙ୍କ ପାଦ ତଳୁ ସତେ ମାଟି ଖସିଯାଇଥିଲା। ସେହି ଝଟ୍‌କାରେ ହିଁ ପ୍ରାଣ ହରାଇଥିଲେ ଏହି ଚାଷୀ।

ତାଙ୍କ ପୁଅ କାମେଶ୍ୱରଙ୍କ କହିବା ଅନୁଯାୟୀ, “ମୋ ବାପା ପୂର୍ବରୁ ହୋଇଥିବା ବାତ୍ୟା ସମୟରେ ଋଣଗ୍ରସ୍ତ ହୋଇଥିଲେ। ଏବେ ଫସଲ ଅମଳଯୋଗ୍ୟ ହୋଇଥିଲେ ହେଁ ଓଦା ହୋଇଯିବା କାରଣରୁ ସବୁକିଛି ଓଲଟିଗଲା। ସେ ଶସ୍ୟ ବଞ୍ଚାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଏଥିରେ ବିଫଳ ହୋଇ ପ୍ରାଣ ହରାଇଦେଲେ।”



from Odisha Reporter https://ift.tt/2LqzSf5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages