
ଆସିକା(ଓଡ଼ିଶା ରିପୋର୍ଟର): ହାତ ଉଧାରି କରି ଚାଷ କରିଥିଲେ। ମାତ୍ର ଅଦିନିଆ ବର୍ଷା ଓ ବାତ୍ୟା ବର୍ଷକର ପରିଶ୍ରମ ଧୋଇଦେଲା। ଏହାକୁ ନେଇ ଚିନ୍ତାରେ ଥିଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଟଙ୍କାଛାଇ ଗାଁର ଚାଷୀ ସନ୍ନ୍ୟାସୀ ସ୍ୱାଇଁ। ଏଥିପାଇଁ ସେ ବିଷ ପିଇ ଜୀବନ ହାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଚଳିତ ବର୍ଷ ସନ୍ନ୍ୟାସୀ ସ୍ୱାଇଁ ଭାଗ ଚାଷ କରିଥିଲେ। ଏଥିପାଇଁ ସେ ହାତ ଉଧାରି କରିଥିଲେ। ଭାବିଥିଲେ ଚଳିତବର୍ଷ ଭଲ ଧାନ ହେଲେ କରଜ ଟଙ୍କା ସୁଝିଦେବେ। ମାତ୍ର ବାତ୍ୟା ଓ ଅଦିନିଆ ବର୍ଷା ବର୍ଷକର ପରିଶ୍ରମକୁ ନଷ୍ଟ କରିଦେଲା। ତିତ୍ଲି ବନ୍ୟାରେ ଧାନ ଚାଷୀ ମାଟିରେ ମିଶିଗଲା। ଏଥିରେ ଭାଙ୍ଗି ପଡ଼ିଥିଲେ ସନ୍ନ୍ୟାସୀ। କରଜ ଟଙ୍କା କେମିତି ସୁଝିବେ, ଏହାକୁ ନେଇ ସେ ଚିନ୍ତାରେ ଥିଲେ। ମହାଜନ ବାରମ୍ୱାର ଘରକୁ ଆସି କରଜ ଟଙ୍କା ମାଗିବାରୁ ସନ୍ନ୍ୟାସୀ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ତିନି ଦିନ ତଳେ ସନ୍ନ୍ୟାସୀ ନିଜ ଜମିରେ କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି।
from Odisha Reporter https://ift.tt/2A5EMcW
No comments:
Post a Comment