ସୀମା ଲଙ୍ଘିଲା ପାକିସ୍ତାନ, ଗୁଳିମାଡ଼ରେ ଯବାନ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ସୀମା ଲଙ୍ଘିଲା ପାକିସ୍ତାନ, ଗୁଳିମାଡ଼ରେ ଯବାନ ସହିଦ

ଶ୍ରୀନଗର: କିଛି ଦିନର ବ୍ୟବଧାନରେ ପୁଣି ଥରେ ପାକିସ୍ତାନ ତା’ର ଅସଲ ରୂପ ଦେଖାଇଛି। ଆଜି ପାକିସ୍ତାନ ସେନା ଅସ୍ତ୍ରବିରତି ଉଲଙ୍ଘନ କରି ଉତ୍ତର କଶ୍ମୀରର ସ୍ଥିତ ଦୁଇଟି ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଗୁଳିମାଡ଼ କରିଛି। ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି। ପାକିସ୍ତାନ ପକ୍ଷରୁ ଉରି ଓ ମାଛଲି ସେକ୍ଟରରେ ଏଭଳି ଗୁଳି ବର୍ଷା ହୋଇଥିଲା। ଭାରତ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଛି।

ମାଛଲି ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଦିନ ପ୍ରାୟ ୧୦.୪୫ରେ ପାକିସ୍ତାନ ସେନା ମୋର୍ଟାର ଓ ଗୁଳିମାଡ଼ କରିଥିଲେ। ଭାରତ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା।

ଏହି ଗୁଳି ବିନିମୟ ସମୟରେ ଜଣେ ଯବାନଙ୍କ ଦେହରେ ଗୁଳିମାଡ଼ ହୋଇଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ୍‌କୁ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେହିପରି ଏହି ଘଟଣା ପୂର୍ବରୁ ପାକିସ୍ତାନ ସେନା ଉରିଠାରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଭାରତୀୟ ସେନାର ପୋଷ୍ଟକୁ ଟାର୍ଗେଟ କରିଥିଲେ। ତେବେ ଭାରତ ଏହାର ଜବାବ ଦେବାରୁ ପାକିସ୍ତାନର ଗୁଳି ବର୍ଷା ବନ୍ଦ ହୋଇଥିଲା ବୋଲି ସେନା ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2BU7tLa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages