
ମୁମ୍ବାଇ:ବଲିଉଡ୍ର ଚର୍ଚ୍ଚିତ ଚଳଚ୍ଚିତ୍ର ନିର୍ମାତା ଏକ୍ତା କପୁରଙ୍କ ବ୍ୟାଗ୍ରୁ ଟଙ୍କା ଚୋରି। ଏନେଇ ସେ ମୁମ୍ବାଇର ଜୁହୁ ପୁଲିସ୍ ଷ୍ଟେସନ୍ରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ବ୍ୟାଗ୍ରୁ ୬୦,୦୦୦ ଟଙ୍କା ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ହ୍ୟାଣ୍ଡବ୍ୟାଗ୍ରୁ ଦେଢ଼ ଲକ୍ଷ ଟଙ୍କା କ୍ୟାସ୍ରୁ ଷାଠିଏ ହଜାର ଟଙ୍କା ଗାଏବ ହୋଇଯାଇଥିବା ଜଣାପଡ଼ିବା ପରେ ସେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।
ପୁଲିସ ଏନେଇ ଆଇପିସି ୩୭୯ ଧାରାରେ ମାମଲା ରୁଜୁ କରିଛି। ହେଲେ ଏହି ଘଟଣାରେ କାହାକୁ ଏଯାଏଁ ଗିରଫ କରାଯାଇ ନାହିଁ। ନିଜ ଅଭିଯୋଗପତ୍ରରେ ଏକ୍ତା ଲେଖିଛନ୍ତି ଯେ, ଏହି ଘଟଣା ଗତ ଶନିବାର ଘଟିଛି। ଏକ୍ତା କପୁର ରହୁଥିବା ତାଙ୍କ ଜୁହୁ ବଙ୍ଗଳାରୁ ଏହି ଟଙ୍କା ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ବଙ୍ଗଳାର କୌଣସି କର୍ମଚାରୀ କିମ୍ବା ଆଉ କେହି ଏକାମ କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।
ଏକତା ତାଙ୍କ ବ୍ୟାଗ୍ରେ ଦେଢ ଲକ୍ଷ ଟଙ୍କା ରଖିଥିବା ବେଳେ ପରେ ଗଣିବାରୁ ସେଥିରେ ୬୦,୦୦୦ ଟଙ୍କା ନଥିବା ସେ ଜାଣିବାକୁ ପାଇଥିଲେ। ତେବେ ଅଭିଯୋଗ ପରେ ପୁଲିସ ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ଜଣକୁ ଅଟକ ରଖି ତଦନ୍ତ କରୁଛି।
from Odisha Reporter https://ift.tt/2E56vgx
No comments:
Post a Comment