୧୦ ବର୍ଷ ପରେ କ୍ଷମତାକୁ ଫେରିବ ଏମ୍‌ଏନ୍‌ଏଫ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

୧୦ ବର୍ଷ ପରେ କ୍ଷମତାକୁ ଫେରିବ ଏମ୍‌ଏନ୍‌ଏଫ୍‌

ନୂଆଦିଲ୍ଲୀ: ଦୀର୍ଘ ୧୦ ବର୍ଷର ବନବାସ ପରେ ମିଜୋ ନ୍ୟାଶନାଲ ଫ୍ରଣ୍ଟ (ଏମ୍‌ଏନ୍‌ଏଫ୍‌) ପୁଣି ମିଜୋରାମରେ ସରକାର ଗଠନ କରିବାକୁ ଯାଉଛି। ଦଳ ଏଠାରେ କଂଗ୍ରେସକୁ ଗାଦିଚ୍ୟୁତ କରିବା ଏକ ପ୍ରକାରର ସ୍ପଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ୪୦ଟି ବିଧାନସଭା ଆସନରୁ ଏମ୍‌ଏନ୍‌ଏଫ୍‌ ୨୪ଟି ଆସନରେ ଜିତିଥିଲା ବେଳେ କଂଗ୍ରେସ ୨ଟି ଆସନରେ ଜିତିଛି। ସେହିପରି ୫ଟି ଆସନ ସ୍ୱାଧୀନ ପ୍ରାର୍ଥୀଙ୍କ ପାଖକୁ ଯାଇଛି।

ବିଜେପି ୧ଟି ଆସନରେ ଜିତିଛି। ଏମ୍‌ଏନ୍‌ଏଫ୍‌ ୨୪ଟି ଆସନରେ ଜିତିଥିବା ବେଳେ ୩ଟି ଆସନରେ ଆଗରେ ରହିଛି। ତେଣୁ ଏଠାରେ ଏମଏନ୍‌ଏଫ୍‌ ସରକାର ଗଢ଼ିବା ଏକ ପ୍ରକାରର ନିଶ୍ଚିତ। କାରଣ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୧।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୀର୍ଘ ୧୦ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ନେତା ଲାଲ ଥନୱାଲା ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ ଉଭୟ ସ୍ଥାନରେ ପରାସ୍ତ ହୋଇଛନ୍ତି। ସେ ସେରଚ୍ଚିପ୍‌ ଆସନରୁ ଏମ୍‌ଏନ୍‌ଏଫ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲଡୁହୋମାଙ୍କ ଠାରୁ ମାତ୍ର ୪୧୦ ଖଣ୍ଡ ଭୋଟରେ ହାରିଛନ୍ତି। ସେହିଭଳି ଚମ୍ଫାଇ ଆସନରେ ଲାଲଙ୍କୁ ଏମ୍‌ଏନ୍‌ଏଫ୍‌ର ଅନ୍ୟତମ ନେତା ଟିଜେ ଲାନୁନ୍ତଲୁଆଙ୍ଗ ୧୦୪୯ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି।



from Odisha Reporter https://ift.tt/2Gc23Q1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages