୫୪ ହଜାରରୁ ଅଧିକ ଭୋଟରେ ଜିତିଲେ ସଚିନ୍‌ ପାଇଲଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

୫୪ ହଜାରରୁ ଅଧିକ ଭୋଟରେ ଜିତିଲେ ସଚିନ୍‌ ପାଇଲଟ୍‌

ଜୟପୁର: ରାଜସ୍ଥାନ କଂଗ୍ରେସ ସଭାପତି ତଥା ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ ଜବରଦସ୍ତ ବିଜୟ ହାସଲ କରିଛନ୍ତି। ସେ ଚଳିତ ବିଧାନସଭା ନିର୍ବାଚନରେ ଟୋଙ୍କ ଆସନରୁ ପ୍ରାର୍ଥୀ ହୋଇଥିଲେ। ଏହି ଆସନରେ ତାଙ୍କ ବିପକ୍ଷରେ ବିଜେପି ୟୁନିସ ଖାନ୍‌ଙ୍କୁ ପ୍ରାର୍ଥୀ କରିଥିଲା।

ୟୁନିସ୍‌ ହେଉଛନ୍ତି ରାଜ୍ୟରେ ବିଜେପିର ଏକମାତ୍ର ମୁସଲିମ ପ୍ରାର୍ଥୀ। ରାଜ୍ୟର ନେତୃତ୍ୱ ନେବାର ଦକ୍ଷତା ରଖିଥିବା ସଚିନ୍‌ ପାଇଲଟ୍‌ ସିଧାସଳଖ ୫୪, ୧୭୯ ଖଣ୍ଡ ଭୋଟ୍‌ ବ୍ୟବଧାନରେ ୟୁନିସ୍‌ ଖାନ୍‌ଙ୍କୁ ପରାସ୍ତ କରିଛନ୍ତି। କେବଳ ସଚିନ୍‌ ନୁହନ୍ତ ଅନ୍ୟତମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଶୋକ ଗେହଲଟ୍‌ ମଧ୍ୟ ସର୍ଦ୍ଦାରପୁରା ଆସନରୁ ୩୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ତେଣୁ ଏହି ଦୁଇ ଜଣଙ୍କ ମଧ୍ୟରୁ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ ବାଛିବ, ତାହା ଦେଖିବାକୁ ବାକି ରହିଲା।

ଅନ୍ୟପକ୍ଷରେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ରାଜସ୍ଥାନରେ କଂଗ୍ରେସ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ଦିନ ୪.୩୦ସୁଦ୍ଧା ୧୯୯ଟି ବିଧାନସଭା ଆସନରୁ କଂଗ୍ରେସ ୧୦୧, ବିଜେପି ୭୧ ଓ ଅନ୍ୟାନ୍ୟ ଦଳ ୨୫ଟି ଆସନରେ ଆଗୁଆ ରହିଛନ୍ତି। ଏଠାରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହେଉଛି ୧୦୦।



from Odisha Reporter https://ift.tt/2rxS5yg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages