
ନୂଆଦିଲ୍ଲୀ: ସମ୍ପତ୍ତି ଲୋଭ ମଣିଷକୁ କେଉଁ ସ୍ତରକୁ ନେଇଯାଇପାରେ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି, ଯେଉଁଠି ମୃତ ମାଙ୍କୁ କାଗଜପତ୍ରରେ ଜୀବିତ ଦର୍ଶାଇ ଧରା ପଡ଼ିଛି ପୁଅ। ୨୮୫ କୋଟି ଟଙ୍କା ଲୋଭରେ ଏଭଳି ଘଟଣା ଘଟିଛି ନୋଏଡ଼ା ଅଞ୍ଚଳରେ ଏବଂ ଏଥିରେ ଜଣେ ମୁମ୍ବାଇ ବାସିନ୍ଦା ବ୍ୟକ୍ତି ସୁନୀଲ ଗୁପ୍ତା, ତାଙ୍କ ପତ୍ନୀ ଏବଂ ପୁଅ ଗିରଫ ହୋଇଛନ୍ତି।
ସୁନୀଲଙ୍କ ସାନଭାଇ ବିଜୟ ଗୁପ୍ତାଙ୍କ ଅଭିଯୋଗ ଆଧାରରେ ଜିଲ୍ଲା କୋର୍ଟର ନିର୍ଦ୍ଦେଶରେ ସେକ୍ଟର ୨୦ ପୁଲିସ ଅନୁସନ୍ଧାନ ଆରମ୍ଭ କରିବାରୁ ୫ ବର୍ଷ ତଳର ଏହି ଘଟଣା ସାମ୍ନାକୁ ଆସିଥିଲା।
ପୁଲିସ୍ ସୂଚନା ଅନୁଯାୟୀ, ‘‘ତାଙ୍କ ମା’ଙ୍କ ମୃତ୍ୟୁ ପରେ ଗୁପ୍ତା ଜାଲ ପ୍ରମାଣପତ୍ର ପ୍ରସ୍ତୁତ କରିଥିଲା ଯେଉଁଥିରେ ଉଲ୍ଲେଖ ଥିଲା ତାଙ୍କ ମା ଜୀବିତ ଅଛନ୍ତି। ଏହି କାଗଜପତ୍ର ଆଧାରରେ ସେ ଏକ କମ୍ପାନୀକୁ ନିଜ ନାମରେ ଏବଂ ନିଜ ପରିବାର ନାମରେ କରିନେଇଥିଲା।”
ସେମାନଙ୍କ ମା କମଲେଶ୍ ରାନୀ ୨୦୧୧ ମସିହା ମାର୍ଚ୍ଚ ୭ ତାରିଖରୁ ମରିସାରିଲେଣି, ଯାହାଙ୍କ ମାଲିକାନାରେ ଏକ ମହମବତୀ ଫ୍ୟାକ୍ଟ୍ରି ସମେତ ୨୮୫ କୋଟି ଟଙ୍କାର ସମ୍ପତ୍ତି ଥିଲା।
ସେ ତାଙ୍କ ଇଚ୍ଛାପତ୍ରରେ ଉଲ୍ଲଖ କରିଥିଲେ, ତାଙ୍କ ଅନ୍ତେ ସମ୍ପତ୍ତି ଦୁଇ ପୁଅଙ୍କ ମଧ୍ୟରେ ଭାଗ ହେବ। କିନ୍ତୁ ବଡ଼ ଭାଇ ସମ୍ପୂର୍ଣ୍ଣ କମ୍ପାନୀ ହାତେଇବା ଚକ୍କରରେ ଥିଲେ।
ମାଙ୍କ ମୃତ୍ୟୁର ୭ ଦିନ ପରେ ସେ ମୁମ୍ବାଇର ଏକ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ କାଗଜପତ୍ରରେ ଦର୍ଶାଇଥିଲେ ତାଙ୍କ ମା ତାଙ୍କୁ ଏହି କମ୍ପାନୀ ଉପହାରରେ ଦେଇଛନ୍ତି। କିନ୍ତୁ ମୃତ ବ୍ୟକ୍ତିଙ୍କଠାରୁ ସମ୍ପତ୍ତିର ମାଲିକାନା ହସ୍ତାନ୍ତର କରିବା ଅସମ୍ଭବ ଥିବାରୁ ସେ ପୁଣିଥରେ ନୂତନ (ଜାଲ୍) କାଗଜପତ୍ର ସହିତ ଆସିଥିଲେ।
ଏପରିକି ମାଙ୍କ ମୃତ୍ୟୁପରେ ବିଜୟଙ୍କ ଅଜାଣତରେ ସୁନୀଲ କମ୍ପାନୀର ୨୯ କୋଟି ଟଙ୍କା ତାଙ୍କର ଜଣେ ସାଙ୍ଗର କମ୍ପାନୀକୁ ଟ୍ରାନ୍ସଫର କରିଦେଇଥିଲେ। ପ୍ରମାଣ ଏକାଠି କରିବା ପରେ ସେମାନଙ୍କୁ ଗିରଫ କରାଯାଇ ଜେଲ୍ ପଠାଇଦିଆଯାଇଛି।
from Odisha Reporter https://ift.tt/2PMQbn2
No comments:
Post a Comment