
ପାରାଦୀପ (ରମାକାନ୍ତ ନାୟକ): ପାରାଦୀପ ସ୍ଥିତ ଭାରତୀୟ ତଟ ରକ୍ଷକ ମୁଖ୍ୟାଳୟ (ଓଡ଼ିଶା) ପରିସରରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଧରିଛି ପୁଲିସ୍। ତାଙ୍କ ନାଁ ମହମ୍ମଦ ଶାହାବାଜ। ତାଙ୍କୁ ପୁଲିସ୍ ପାରାଦୀପ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ମହମ୍ମଦଙ୍କ ଘର ଉତ୍ତରପ୍ରଦେଶର ମୁଜାଫରନଗରରେ ବୋଲି ଜଣାପଡ଼ିଛି। ସେ ନିଜକୁ ଜଣେ ଜ୍ୟାକେଟ୍ ବେପାରୀ ବୋଲି କହୁଛନ୍ତି। ଯାଞ୍ଚ ପରେ ପୁଲିସ୍ ତାଙ୍କ ନିକଟରୁ ବହୁ ଜ୍ୟାକେଟ୍ ଏବଂ ୨୦ରୁ ଅଧିକ ପେନ୍ ଡ୍ରାଇଭ୍ ଜବତ କରିଛି।
ଯୁବକ ଜଣକ କୋଷ୍ଟଗାର୍ଡ ମୁଖ୍ୟାଳୟ ପରିସରକୁ ପ୍ରବେଶ କରିବା ପରେ ତାକୁ ପୁଲିସ୍ ଜିମା ଦିଆଯାଇଥିଲା। ସେ ଭାରତୀୟ ତଟ ରକ୍ଷକ ମୁଖ୍ୟାଳୟ (ଇଣ୍ଡିଆନ୍ କୋଷ୍ଟ୍ ଗାର୍ଡ ହେର୍ଡ୍କ୍ୱାର୍ଟର୍ସ) ଭଳି ହାଇ ସିକ୍ୟୁରିଟି ଅଞ୍ଚଳକୁ ପ୍ରବେଶ କରିଥିବାରୁ, ଏହାର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ବିନା ଅନୁମତିରେ ଏହା ପରିସରକୁ ପ୍ରବେଶ କରିବା ଜଣେ ସାଧାରଣ ଲୋକ ପାଇଁ ସମ୍ଭବ ନୁହେଁ।
from Odisha Reporter https://ift.tt/2T3h3RR
No comments:
Post a Comment