ଗ୍ରୀନ୍‌ କୋର୍ଟର ଗ୍ରୀନ୍‌ ସିଗ୍‌ନାଲ୍‌: ପୁଣି ଖୋଲିବ ବେଦାନ୍ତ ଷ୍ଟେରଲାଇଟ୍‌ ପ୍ଲାଣ୍ଟ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ଗ୍ରୀନ୍‌ କୋର୍ଟର ଗ୍ରୀନ୍‌ ସିଗ୍‌ନାଲ୍‌: ପୁଣି ଖୋଲିବ ବେଦାନ୍ତ ଷ୍ଟେରଲାଇଟ୍‌ ପ୍ଲାଣ୍ଟ!

ଚେନ୍ନାଇ: ତାମିଲ୍‌ନାଡ଼ୁର ତୁତିକୋରିନ୍‌ଠାରେ ଥବା ବେଦାନ୍ତ କପ୍ପର ସ୍ମେଲ୍‌ଟର୍‌ ପ୍ଲାଣ୍ଟ ସବୁଦିନ ପାଇଁ ବନ୍ଦ କରିବାକୁ ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ଦେଶର ଗ୍ରୀନ୍‌ କୋର୍ଟ କୁହାଯାଉଥିବା ‘ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ’। ଏହା ଫଳରେ ପ୍ଲାଣ୍ଟ ପୁଣିଥରେ ଖୋଲିବାର ସମ୍ଭାବନା ପୁଣି ଉଜ୍ଜ୍ୱଳ ହେବାରେ ଲାଗିଛି।

ଏହି ପ୍ଲାଣ୍ଟ କାରଣରୁ ହେଉଥିବା ପ୍ରଦୂଷଣ ବିରୋଧରେ ଗତ ମେ ମାସରେ ହିଂସାତ୍ମକ ଆନ୍ଦୋଳନ ଜୋର ଧରିଥିଲା। ବିକ୍ଷୋଭକାରୀଙ୍କ ଉପରେ ପୁଲିସ୍‌ ଗୁଳି ଚଳାଇବାରୁ ୧୩ ଜଣଙ୍କ ମୃତ୍ୟୁ ହେବା ପରେ ରାଜ୍ୟ ସରକାର ପ୍ଳାଣ୍ଟକୁ ବନ୍ଦ ରଖିଥିଲେ।

କିନ୍ତୁ ବର୍ତ୍ତମାନ, ତାମିଲନାଡ଼ୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଆଗାମୀ ୩ ସପ୍ତାହରେ ବେଦାନ୍ତର ଏହି କପ୍ପର ପ୍ଲାଣ୍ଟର ନୂତନ ନବୀକରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସ୍ଥାନୀୟ ଲୋକଙ୍କ ହିତସାଧନପାଇଁ କମ୍ପାନୀ ଆଗାମୀ ୩ ବର୍ଷରେ ପ୍ଲାଣ୍ଟ ନିକଟବର୍ତ୍ତୀ ଅଞ୍ଚଳରେ ୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଜଳଯୋଗାଣ, ହସ୍ପିଟାଲ, ସ୍ୱାସ୍ଥ୍ୟସେବା ଏବଂ କୌଶଳ ବିକାଶ ଆଦି ପ୍ରକଳ୍ପ ସମ୍ଭବ ହୋଇପାରିବ।

ଏନ୍‌ଜିଟି କହିଛନ୍ତି, “ଆମେ ପ୍ଲାଣ୍ଟ ବନ୍ଦ ନିର୍ଦ୍ଦେଶ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହିତ ତାମିଲନାଡ଼ୁ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛୁ ଯେ ଆଜିଠାରୁ ୩ ସପ୍ତାହ ମଧ୍ୟରେ ଅନୁମତି ନବୀକରଣ କରାଯାଉ ଏବଂ ବିପଜ୍ଜନକ ଉପାଦାନର ନିୟନ୍ତ୍ରଣ ପାଇଁ ଅନୁମତି ଦିଆଯାଉ।”

ଅନ୍ୟପକ୍ଷରେ ସରକାର ବର୍ତ୍ତମାନ ମଧ୍ୟ ଏହି ପ୍ଲାଣ୍ଟ ଖୋଲିବା ବିରୋଧରେ ମତ ଦେଇଛନ୍ତି। ଏପରିକି ଏନ୍‌ଜିଟିଙ୍କ ରାୟ ବିରୋଧରେ ସରକାର ସୁପ୍ରିମ୍‌କୋର୍ଟ ଯିବେ ବୋଲି ତାମିଲନାଡ଼ୁ ପରିବେଶ ମନ୍ତ୍ରୀ କେସି କୃପାନନ୍‌ କହିଛନ୍ତି। ସ୍ଥାନୀୟ ଲୋକେ ଏବଂ ପରିବେଶବିତ୍‌ମାନେ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ଏହା ଭୂତଳ ଜଳକୁ ପ୍ରଦୂଷିତ କରି ବିଭିନ୍ନ ରୋଗର କାରଣ ପାଲଟିଥିବା ସେମାନେ ଅଭିଯୋଗ କରିଛନ୍ତି।



from Odisha Reporter https://ift.tt/2CejVWv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages