ହକି ଫାଇନାଲ ପାଇଁ ରବିବାର କଳିଙ୍ଗ ଷ୍ଟାଡିୟମ ଆସିବେ ତେନ୍ଦୁଲକର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ହକି ଫାଇନାଲ ପାଇଁ ରବିବାର କଳିଙ୍ଗ ଷ୍ଟାଡିୟମ ଆସିବେ ତେନ୍ଦୁଲକର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ହକିକୁ ସମର୍ଥନ ଜଣାଇବାକୁ ଆସିବେ ଓଡ଼ିଶା। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟ ମ୍‌ରେ ଆୟୋଜିତ ହେଥିବା ପୁରୁଷ ହକି ବିଶ୍ୱକପ୍‌ର ଅନ୍ତିମ ଦିବସ ବା ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେବାପାଇଁ ସେ ଭୁବନେଶ୍ୱର ଆସିବେ ବୋଲି ଜଣାଇଛନ୍ତି।


ସେ ଏଥିରେ ଲେଖିଛନ୍ତି, ସମଗ୍ର ଦେଶ ହକି ବିଶ୍ୱକପ୍‌କୁ ସମର୍ଥନ ଜଣାଉଥିବାର ଦେଖି ମୋତେ ଆନନ୍ଦିତ ଅନୁଭବ ହେଉଛି। ଏପରି ବିଶ୍ୱସ୍ତରୀୟ ଆୟୋଜନ ପାଇଁ ସେ ଉଭୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ହକି ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି।

ସେ ଏହି ହକି ମହାକୁମ୍ଭକୁ ନିଜର ସମର୍ଥନ ଜଣାଇବା ପାଇଁ ସେ ଓଡ଼ିଶା ଆସୁଥିବା ଜଣାଇଛନ୍ତି। ସେ କହିଛନ୍ତି, “ମୁଁ ଆସନ୍ତାକଲି ଭବ୍ୟ କଳିଙ୍ଗ ଷ୍ଟାଡିୟ ମ୍‌କୁ ଆସିବି, ସେଇଠି ଦେଖାହେବ।”

କିନ୍ତୁ ଦୁଃଖର କଥା ହେଉଛି, ଏହି ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ୍‌ରେ ଭାରତ ବିଦାୟ ନେଇସାରିଥିବାରୁ ଉଦ୍‌ଘାଟନୀ ଉତ୍ସବ ଭଳି ମାହୋଲ ଏତେ ଉତ୍ସାହଜନକ ନଥିବ।



from Odisha Reporter https://ift.tt/2QuAndP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages