ଚାଷୀଙ୍କ ସହ ଚରମ ବିଶ୍ୱାସଘାତକତା କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର: ସିପିଏମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ଚାଷୀଙ୍କ ସହ ଚରମ ବିଶ୍ୱାସଘାତକତା କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର: ସିପିଏମ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ମରୁଡ଼ି ଓ ତିତଲି ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀ ଯାହା ବା ଫସଲ ଗଣ୍ଡେ ପାଇଲେ ସେହି ଫସଲକୁ ସରକାରଙ୍କ ନିର୍ଦ୍ଧାରିତ ଦରରେ କିଣିବାର ବ୍ୟବସ୍ଥା ନଥିବାରୁ ଚାଷୀକୂଳ ଆଜି ଗଭୀର ସଙ୍କଟର ସମ୍ମୁଖୀନ ହୋଇଛି। ସି.ପି.ଆଇ.(ଏମ୍) ରାଜ୍ୟ ସମ୍ପାଦକମଣ୍ଡଳୀ ଅଧିବେଶନରେ ଚାଷୀଙ୍କ ସମସ୍ୟାକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଛି।

ରାଜ୍ୟ ବିଧାନସଭାରେ ସର୍ବଦଳୀୟ ପ୍ରସ୍ତାବରେ ଧାନ କୁଇଣ୍ଟାଲ ପ୍ରତି ୨୯୫୦ ଟଙ୍କା କରାଯିବାର ପ୍ରସ୍ତାବ ପାରିତ ହେବା ପରେ ଚାଷୀମାନଙ୍କ ମଧ୍ୟରେ ଯେଉଁ ଆଶାର ସଞ୍ଚାର ହୋଇଥିଲା, କେନ୍ଦ୍ର ବିଜେପି ସରକାର ତାଙ୍କୁ ୧୭୪୦ଟଙ୍କା ମଧ୍ୟରେ ସୀମିତ ରଖିଲେ। ଅନ୍ୟ ଦିଗରେ ରାଜ୍ୟ ସରକାର ‘ବୋନସ୍’ ଦେଇ ଚାଷୀଠାରୁ ଧାନ ସଂଗ୍ରହ କରିବା ପାଇଁ ପଛଘୁଞ୍ଚା ଦେଲେ। ଏହା ଚାଷୀଙ୍କ ପ୍ରତି ଚରମ ବିଶ୍ୱାସଘାତକତା ବୋଲି ସି.ପି.ଆଇ.(ଏମ୍) କହିଛି।

ଯଦି କେରଳ ରାଜ୍ୟର ବାମଫ୍ରଣ୍ଟ ସରକାର କୁଇଣ୍ଟାଲ ପ୍ରତି ୫୦୦ ଟଙ୍କା ବୋନସ୍ ଦେଇ ପାରିଲେ ଓଡିଶା ରାଜ୍ୟ ସରକାର କାହିଁକି ଦେଇ ପାରିବେ ନାହିଁ ? ସେ ଦୃଷ୍ଟିରୁ ସରକାର ତୁରନ୍ତ ଧାନ କ୍ରୟ କେନ୍ଦ୍ରମାନ ଖୋଲି ସରକାରୀ ଦରରେ ଧାନ ସଂଗ୍ରହ କରିବା, ରାଜ୍ୟ ସରକାର ତୁରନ୍ତ ବୋନସ୍ ଘୋଷଣା କରିବା, ଏଫ୍.ଏ.କ୍ୟୁ ନାମରେ ଧାନ ଦେୟ ନ କାଟିବା ଏବଂ ସର୍ବାଧିକ ୧ସପ୍ତାହ ମଧ୍ୟରେ ଚାଷୀକୁ ଦେୟ ପୈଠ କରିବା ପାଇଁ ସି.ପି.ଆଇ.(ଏମ୍) ଦୃଢ଼ ଦାବି କରିଛି।

ଋଣ ଛାଡ଼ କରିବା, କୃଷକମାନଙ୍କ ପାଇଁ ପେନସନ ଘୋଷଣା କରିବା ପାଇଁ ମଧ୍ୟ ପ୍ରସ୍ତାବ ନିଆଯାଇଛି। ଅନ୍ୟ ଏକ ପ୍ରସ୍ତାବରେ ଦେଶବ୍ୟାପୀ ଜାନୁଆରୀ ୮ ଓ ୯ ଦୁଇଦିନ ଧରି ଶ୍ରମିକ ଧର୍ମଘଟ ପ୍ରତି ସି.ପି.ଆଇ.(ଏମ୍) ପୂର୍ଣ୍ଣ ସମର୍ଥନ ଜଣାଇଛି। ବେକାରୀ, ସର୍ବନିମ୍ନ ମଜୁରୀ ମାସିକ ୧୮ ହଜାର ଟଙ୍କା, ଚାଷୀ ଫସଲର ଲାଭଜନକ ଦର, ଋଣଛାଡ଼, ଦରବୃଦ୍ଧି ଇତ୍ୟାଦି ପ୍ରସଙ୍ଗ ଉପରେ ଆଧାରିତ ଦେଶବ୍ୟାପୀ ଆନ୍ଦୋଳନକୁ ସଫଳ କରିବା ପାଇଁ ସି.ପି.ଆଇ.(ଏମ୍) ଆହ୍ୱାନ ଦେଇଛି।

ସଂପ୍ରତି ଦେଶରେ ସାଂପ୍ରଦାୟିକ ସଦ୍ଭାବ, ଗଣତନ୍ତ୍ରର ସୁରକ୍ଷା, ସମ୍ବିଧାନ ଅନୁଯାୟୀ ଶାସନ ଇତ୍ୟାଦି ପ୍ରସଙ୍ଗ ଉପରେ ପ୍ରଚାର ଅଭିଯାନ ସଂଗଠିତ କରିବା ପାଇଁ ଦଳ ଆହ୍ୱାନ ଦେଇଥିବା ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି।



from Odisha Reporter https://ift.tt/2zIP2HV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages