ନିର୍ବାଚନ ପାଇଁ ତେଲେଙ୍ଗାନାରେ ଉଡ଼ୁଛି ଟଙ୍କା, ୧୧୧ କୋଟି ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ନିର୍ବାଚନ ପାଇଁ ତେଲେଙ୍ଗାନାରେ ଉଡ଼ୁଛି ଟଙ୍କା, ୧୧୧ କୋଟି ଜବତ

ହାଇଦ୍ରାବାଦ: ଆସନ୍ତା ୭ ତାରିଖରେ ତେଲେଙ୍ଗାନା ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ପ୍ରଚାର ଜୋରଦାର ଚାଲିଛି। ହେଲେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ରାଜ୍ୟରେ ଟଙ୍କା ଓ ଅନ୍ୟାନ୍ୟ ଲୋଭନୀୟ ସାମଗ୍ରୀ ବଣ୍ଟା ଚାଲିଛି। ନିର୍ବାଚନ କମିଶନ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୧୧ କୋଟି ଟଙ୍କା ମୂଲ୍ୟର ନଗଦ ନୋଟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏଗୁଡ଼ିକ ଭୋଟରଙ୍କୁ ବଣ୍ଟା ଯିବାକୁ ରଖାଯାଇଥିଲା।

ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ରଜତ କୁମାର କହିଛନ୍ତି, “ ଏବେ ନିର୍ବାଚନରେ ଟଙ୍କା ବଣ୍ଟା କାର୍ଯ୍ୟ ବଢ଼ିବାରେ ଲାଗିଛି। ପ୍ରାର୍ଥୀମାନେ ଟଙ୍କା ଦେଉଥିଲେ ମଧ୍ୟ ଭୋଟରମାନେ ଏହାକୁ ଗ୍ରହଣ କରିବାକୁ ମନା କରୁନାହାନ୍ତି।

୨୦୧୪ ବିଧାନସଭା ନିର୍ବାଚନ ବେଳେ ୭୬ କୋଟି ଟଙ୍କା ମୂଲ୍ୟର ନୋଟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା। କିନ୍ତୁ ଏଥର ଏହା ୧୧୧ କୋଟିରେ ପହଞ୍ଚିଛି। ଜଣେ ପ୍ରାର୍ଥୀ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ନିୟମ ରହିଛି। କିନ୍ତୁ ଦଳ କେତେ ଟଙ୍କା ଖର୍ଚ୍ଚ କରିବ, ତା’ର କୌଣସି ନିୟମ ନାହିଁ। ଫଳରେ ଏଭଳି ଟଙ୍କାବଣ୍ଟା କାର୍ଯ୍ୟ ବଢ଼ୁଛି।”

ନିର୍ବାଚନ ପାଇଁ ତେଲେଙ୍ଗାନାରେ ୨୭୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ଓ ୩୦ ହଜାର ସ୍ଥାନୀୟ ପୁଲିସ୍‌ ମୁତୟନ ହୋଇଛନ୍ତି।



from Odisha Reporter https://ift.tt/2RxrlZX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages